Sunday, November 15, 2026
Home ଆଞ୍ଚଳିକ ବାଲେଶ୍ୱର ପାଇକପଡାରେ ଅଗ୍ନିକାଣ୍ଡ, ଦୁଇ ବଖରା ସମ୍ପୂର୍ଣ୍ଣ ଜଳିଗଲା

ବାଲେଶ୍ୱର ପାଇକପଡାରେ ଅଗ୍ନିକାଣ୍ଡ, ଦୁଇ ବଖରା ସମ୍ପୂର୍ଣ୍ଣ ଜଳିଗଲା

14

ବାଲେଶ୍ଵର, ୧୫/୦୪/୨୧ (ଜିଲ୍ଲା ଖବର) :  ବାଲେଶ୍ଵର ଜିଲ୍ଲା ଔପଦା ତହସିଲ ଅଧିନ ପାଇକପଡ଼ା ଗାଁରେ ଅଗ୍ନିକାଣ୍ଡ । ସନା ଲେଙ୍କାଙ୍କ ଘରେ ନିଆଁ ଲାଗି ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଆଜି ସକାଳେ କୌଣସି କାରଣରୁ ସନାଙ୍କ ଦୁଇବଖରା ଚାଳ ଛପର ଘରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀମାନେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହିତ ଖଇରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖଇରା ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି ।