Monday, November 16, 2026
Home ଆଞ୍ଚଳିକ ଭୁବନେଶ୍ୱର-କୋଲକତା ଜନ ଶତାବ୍ଦୀ ଏକ୍ସପ୍ରେସ୍‌ରେ ନିଆଁ

ଭୁବନେଶ୍ୱର-କୋଲକତା ଜନ ଶତାବ୍ଦୀ ଏକ୍ସପ୍ରେସ୍‌ରେ ନିଆଁ

12

ବାଲେଶ୍ୱର,୧୫/୦୪/୨୧ (ଜିଲ୍ଲା ଖବର) :  ଭୁବନେଶ୍ୱର ହାଓଡା ଅଭିମୁଖେ ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସ୍ ରେ ଲାଗିଲା ନିଆଁ  ।  ଫଳରେ ସୋର ରେଳ ଷ୍ଟେସନରେ ୧୫ମିନିଟ୍‌ ଅଟକିଲା ଟ୍ରେନ୍‌ ।

ସୂଚନା ଅନୁଯାୟୀ,  ଜନ ଶତାବ୍ଦୀ ଟ୍ରେନର ବଗି ନଂ ଡି-୬ କୋଚରୁ ଧୂଆଁ ବହାରୁଥିବା ଦେଖିବାକୁ ମିଳିଥିଲା । ବଗିର ଶୌଚାଳୟରେ ନିଆଁ ଲାଗିବା ସହିତ ଧୂଆଁ ବାହାରଥିବା ଯୋଗୁଁ ମାର୍କୋଣା ଷ୍ଟେସନର ରେଳ କର୍ମଚାରୀ ସୋର ଷ୍ଟେସନକୁ ଖବର ଦେଇଥିଲେ । ସୋର ରେଳ ଷ୍ଟେସନରେ ନିଆଁ ଅୟତ୍ତ କରିବା ସହିତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୋର ରେଳ ଷ୍ଟସନ ମାଷ୍ଟର ସୂଚନା ଦେଇଛନ୍ତି ।