
ଭଦ୍ରକ, ୧୫/୦୪/୨୧ (ଜିଲ୍ଲା ଖବର) : ୨ ଦିନ ପାଇଁ ବନ୍ଦ ହେଲା ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ମନ୍ଦିରରେ ଜଣେ ସେବାୟତ କୋରୋନା ପଜିଟିଭ ଚିହ୍ନଟ ପରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ମଣିବାବାଙ୍କ ନୀତିକାନ୍ତି ପାଇଁ ପାଳିଆ ସେବାୟତ ବ୍ୟତୀତ ଅନ୍ୟ ସେବାୟତଙ୍କୁ ଯିବା ଉପରେ କଟକଣା ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରକୁ ସାନିଟାଇଜ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାବାଙ୍କ ନୀତିକାନ୍ତି ଯେପରି ଭାବେ ଜାରି ରହିବ, ସେଥିପାଇଁ ଆବଶ୍ୟକ ଅନୁଯାୟୀ ପାଳିଆ ସେବାୟତ ଓ ନିଯୋଗୀମାନେ ମନ୍ଦିରକୁ ଯିବେ । ଏହାବ୍ୟତୀତ ଅନ୍ୟ ସେବାୟତ ଓ ସେବାକାରୀଙ୍କୁ ମନ୍ଦିର ଯିବାକୁ ମନା କରିଛି ପ୍ରଶାସନ । ଏଥିସହ ସମସ୍ତ ସେବାୟତ କୋରୋନା ରିପୋର୍ଟ ମନ୍ଦିର କାର୍ଯ୍ୟାଳୟରେ ଦୁଇ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।



