Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ମନ୍ଦିରା ବେଦୀ

ଜନ୍ମଦିନର ଶୁଭେଚ୍ଛା ! ମନ୍ଦିରା ବେଦୀ

27

ନୂଆଦିଲ୍ଲୀ,୧୫/୦୪/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଜନ୍ମଦିନ । ସେ ତାଙ୍କ ପ୍ରତିଭା ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅଭିନୟ ସହିତ ତାଙ୍କ ବିବେକ,ବିଚାର ଏବଂ ଫିଟ୍‌ନେସ୍‌କୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।  ୧୫ ଏପ୍ରିଲ ୧୯୭୨ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ ମନ୍ଦିରା ବେଦୀ । ମୁମ୍ବାଇରେ ସେ ତାଙ୍କ ପାଠପଢା ଶେଷ କରିଥିଲେ । ପାଠପଢା ସରିବା ପରେ ସେ ଅଭିନୟ  ଦୁନିଆଁରେ ପାଦ ଥାପିବାକୁ ନିଷ୍ପତି ନେଇଥିଲେ । ୧୯୯୪ରେ ସେ ‘ଶାନ୍ତି’ ସିରିଏଲ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିରିଏଲରେ ତାଙ୍କର ଭୂମିକାକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଲମ୍ବା ସମୟ ଧରି ଏହି ସିରିଏଲ ପ୍ରସାରିତ ହୋଇଥିଲା ।  ଏହାପରେ ସେ ଆହୁରି ଅନେକ୍ ସିରିଏଲରେ କାମ କରିଥିଲେ । ସେ ଫିଲ୍ମ ଏବଂ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । ବଲିଉଡରେ  ସେ ଫିଲ୍ମ’ଦିଲୱାଲେ ଦୁହ୍ଲନିଆଁ ଲେ ଯାଏଙ୍ଗେ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ଅଭିନୟ କରିବା ସଙ୍ଗେସଙ୍ଗେ ସେ ଜଣେ ଭଲ ଆଙ୍କର ମଧ୍ୟ ।  ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।