Monday, November 16, 2026
Home ଆଞ୍ଚଳିକ ମୁମ୍ବାଇ ଭଳି ଦିଲ୍ଲୀରେ ହୋଇପାରେ ପ୍ରତିବନ୍ଧକ ? ସିଏମ କେଜ୍ରିୱାଲ ଏବଂ ଏଲ.ଜି ବୈଠକ...

ମୁମ୍ବାଇ ଭଳି ଦିଲ୍ଲୀରେ ହୋଇପାରେ ପ୍ରତିବନ୍ଧକ ? ସିଏମ କେଜ୍ରିୱାଲ ଏବଂ ଏଲ.ଜି ବୈଠକ ଉପରେ ନଜର

17

ନୂଆଦିଲ୍ଲୀ,୧୫/୦୪/୨୧ (ଜିଲ୍ଲା ଖବର) :  ରାଜଧାନୀ ଦିଲ୍ଲୀ ବର୍ତ୍ତମାନ କରୋନା ମହାମାରୀର ସଙ୍କଟ ଦେଇ ଗତି କରୁଛି ।  ଦିଲ୍ଲୀରେ କୋରୋନା ମାମଲାର ଗତି ଏତେ ଅଧିକ ହୋଇଛି ଯେ ପ୍ରବାସୀ ଲୋକମାନେ ଘରକୁ ଫେରିବା କଥା ଚିନ୍ତା କଲେଣି । ପୁଣିଥରେ ତାଲାବନ୍ଦ ଭୟ ମଧ୍ୟ ଲୋକଙ୍କୁ ଲାଗିଲାଣି ।  ଅନେକ ସ୍ଥାନରେ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ମାସ୍କ ପିନ୍ଧୁ ନଥିବା କଥା ସମ୍ନାକୁ ଆସୁଛି । ସେପଟେ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଆବଶ୍ୟକ ବେଡ ମଧ୍ୟ ଡାକ୍ତରଖାନା ଗୁଡିକରେ ନଥିବା ଜଣାପଡୁଛି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସକାଳ 11 ଟାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବେଜଲଙ୍କ ସହ ଏକ ବୈଠକ କରିବେ।  ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଏବଂ ଅନ୍ୟ ଅଧିକାରୀମାନେ ଯୋଗଦେବ । ବୈଠକ ପରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ 1 ଟାରେ ଏକ ପ୍ରେସ ବାର୍ତ୍ତା ଦେବେ । ଦିଲ୍ଲୀରେ ପୁଣି ଥରେ ପ୍ରତିବନ୍ଧକ ଲାଗୁ କରାଯିବ କି ?  ଯଦି ଲକଡାଉନ୍ ନହୁଏ, ତେବେ ମହାରାଷ୍ଟ୍ର ପରି ଦିଲ୍ଲୀରେ ପ୍ରତିବନ୍ଧକ ହେବକି ବୋଲି ଚର୍ଚ୍ଚା ହେଉଛି ।