Wednesday, July 29, 2026
Home ଆଞ୍ଚଳିକ ଆଇପିଏଲ 2021: ୱାର୍ନରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ହାଇଦ୍ରାବାଦକୁ 6 ରନରେ ହରାଇଲା ଆରସିବି

ଆଇପିଏଲ 2021: ୱାର୍ନରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ହାଇଦ୍ରାବାଦକୁ 6 ରନରେ ହରାଇଲା ଆରସିବି

23

୧୫/୦୪/୨୧ (ଜିଲ୍ଲା ଖବର) :  ଆଇପିଏଲ 2021 ର ଷଷ୍ଠ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦକୁ 6 ରନରେ ହରାଇଛି ଆରସିବି  । ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ଆରସିବି ବ୍ୟାଟିଙ୍ଗ କରି ନିର୍ଧାରିତ 20 ଓଭରରେ 8 ୱିକେଟ୍‌ ହରାଇ 149 ରନ କରିଥିଲା  । ଦଳ ପକ୍ଷରୁ ଗ୍ଲେନ ମ୍ୟାକ୍ସୱେଲ ସର୍ବାଧିକ 59 ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ହୋଲଡ଼ର ସର୍ବାଧିକ 3 ଟି ୱିକେଟ୍‌ ଅକ୍ତିଆର କରିଥିଲେ । 150 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଧାରିତ 20 ଓଭରରେ 9 ୱିକେଟ୍‌ ହରାଇ 143 ରନ କରିବାକୁ ସକ୍ଷମ ହୋଇଥିଲା  । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଆରସିବି  । ଆଜିର ମ୍ୟାଚରେ ରାଜସ୍ଥାନ ରୟାଲସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲସ  । ଏହି ମ୍ୟାଚ ମୁମ୍ବାଇର ୱାଖଡେ ଷ୍ଟାଡିଅମରେ ଖେଳାଯିବ  । ପୂର୍ବରୁ ଉଭୟ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଉଭୟ ଦଳ 11 ଟି ଲେଖାଏଁ ବିଜୟ ଲାଭ କରିଛନ୍ତି  ।