
ଖୋର୍ଦ୍ଧା,୧୫/୦୪/୨୧ (ଜିଲ୍ଲା ଖବର) : ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଏଥିରେ ଟ୍ରକ ଚାଳକ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା 16 ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ବସଟି କେରଳରୁ ଓଡିଶା ଆସୁଥିଲାବେଳେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି । କେରଳର କୁନୁର ଅଂଚଳରୁ ପ୍ରଵାସୀ ଓଡିଆ ଶ୍ରମିକ ମାନଙ୍କୁ ଧରି ଆସୁଥିଲା ଏହି ବସ । ରାସ୍ତା ପ୍ରଶସ୍ତୀକରଣ କାମ ଚାଲୁଥିବାରୁ ବସ୍ ଓ ଟ୍ରକ୍ ଗୋଟିଏ ରୁଟ୍ ରେ ଯାଉଥିଲା ବେଳେ ଟ୍ରକଟି ବସ୍ ସମ୍ମୁଖରୁ ଧକ୍କା ଦେଇଥିଲା । ବସ୍ ରେ ଥିବା ପ୍ରଵାସୀ ଶ୍ରମିକ ମାନେ ଅଳ୍ପକେ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଟ୍ରକ୍ ଚାଳକର ମ୍ରୁତ୍ୟୁ ଘଟିଛି । ବସରେ ଥିବା ପ୍ରଵାସୀ ଶ୍ରମିକ ମାନେ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡିଛି । ସ୍ଥାନୀୟ ଟାଙ୍ଗୀ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଅନ୍ୟ ବସ୍ ଯୋଗେ ଘରକୁ ପଠାଇ ଦେଇଛି । ଟ୍ରକ୍ ଚାଳକର ପରିଚୟ ମିଳି ପାରିନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।


