
ବ୍ରହ୍ମପୁର,୧୫/୦୪/୨୧ (ଜିଲ୍ଲା ଖବର) : ଗୁଜୁରାଟର ସୁରଟରେ କୋଭିଡର ଭୟାନକ ଚିତ୍ର । ସୁରଟରେ ପୁଣି ଆଖି ବୁଜିଲେ ଆଉ ଜଣେ ପ୍ରବାସୀ ଓଡ଼ିଆ । କୋଭିଡରେ ଓଡ଼ିଆ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଅରୁଣ କୁମାର ବିଶ୍ୱାଳ । ଘର ଗଞ୍ଜାମର କବିସୂର୍ୟ୍ୟନଗର ଅଞ୍ଚଳରେ । ଗତ ୬ ତାରିଖରେ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ । ସୁରଟର ପାଣ୍ଡେସରା ଅଞ୍ଚଳରେ ରହି ସୁତା କାରଖାନାରେ କାମ କରୁଥିଲେ । ଗତ ୧୫ ଦିନ ଭିତରେ କେବଳ ୧୪ ଜଣ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସୁରଟ ଜିଲ୍ଲାରେ ୧୬୫୫ କୋରୋନା ସଂକ୍ରମିତ ହୋଇଥିବାବେଳେ ୨୫ ଜଣକ ମୃତ୍ୟୁ ହୋଇଥିବା ସୂଚନା ରହିଛି ।


