
ଭୁବନେଶ୍ୱର,୧୫/୦୪/୨୧ (ଜିଲ୍ଲା ଖବର) : ଅଣାୟତ୍ତ କୋରୋନା । ରାଜ୍ୟରେ ଆଜି 2989 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 1733 ଚିହ୍ନଟ ହୋଇଥିବାବେଳେ 1256 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 631 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ 438, କଳାହାଣ୍ଡିରୁ 260 ପଜିଟିଭ୍ , କଟକରୁ 208, ବରଗଡ 126 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।5 ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 100 ଉପରେ ରହିଛି । 6 ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 50 ଉପରେ ରହିଛି । 15 ଦିନରେ 17,425 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ନୂଆପଡା 151 ପଜିଟିଭ୍, ସମ୍ବଲପୁର 148, ବଲାଙ୍ଗିର 110, ଝାରସୁଗୁଡାରୁ 84 ଆକ୍ରାନ୍ତ,ବାଲେଶ୍ୱରରୁ 83, କେନ୍ଦୁଝର 77 ପଜିଟିଭ୍,ଗଞ୍ଜାମ 63, ଯାଜପୁର 51, କେନ୍ଦୁଝର 77,ନବରଙ୍ଗପୁର 43, ମୟୂରଭଞ୍ଜ 38 ପଜିଟିଭ୍ ରାୟଗଡା 27, ଦେଓଗଡ 23 ପଜିଟିଭ୍,,ଢେଙ୍କାନାଳ 21, ନୟାଗଡ 12 ପଜିଟିଭ୍,ସୁବର୍ଣ୍ଣପୁରରୁ 6, ମାଲକାନଗିରିରୁ 2 ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 58, 342ରେ ପହଞ୍ଚିଛି । ସେହିପରି ଆକ୍ଟିଭ୍ କେସ୍ ରହିଛି 14 ହଜାର 621 । ଆଜି ସୁସ୍ଥ ହୋଇଛନ୍ତି 610 ଆକ୍ରାନ୍ତ । ଏବେ ସୁଦ୍ଧା ମୋଟ ସୁସ୍ଥ ହେଲେଣି 3 ଲକ୍ଷ 41, 733 ।


