Friday, November 13, 2026
Home ଆଞ୍ଚଳିକ ରାଜ୍ୟରେ କୋରୋନାରେ ଆଖି ବୁଜିଲେ ଆଉ 2, ମୋଟ ମୃତ୍ୟୁ ସଂଖ୍ୟା 1935

ରାଜ୍ୟରେ କୋରୋନାରେ ଆଖି ବୁଜିଲେ ଆଉ 2, ମୋଟ ମୃତ୍ୟୁ ସଂଖ୍ୟା 1935

6

୧୫/୦୪/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଉ ଦୁଇ ମୁଣ୍ଡ ନେଲା କୋରୋନା  । କଳାହାଣ୍ଡି ଓ କେନ୍ଦୁଝରରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି  । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1935ରେ ପହଞ୍ଚିଛି  । ଅନ୍ୟପଟେ ଆଜି ୟୋଲୋ ଜୋନ୍‌କୁ ଗଲା 2 ଜିଲ୍ଲା  । ପୂର୍ବରୁ ରାଜ୍ୟର 5 ଜିଲ୍ଲା ଥିଲା ୟୋଲୋ ଜୋନ୍‌ରେ  । ରାଜ୍ୟରେ ମୋଟ 7ଟି ଜିଲ୍ଲା ଏବେ ୟୋଲୋ ଜୋନ୍‌ରେ ରହିଛି  । ସମ୍ବଲପୁର, ବରଗଡ, କଳାହାଣ୍ଡି, ନୂଆପଡା, ଓ କଟକ ଜିଲ୍ଲା ସହ ଆଜି ଯୋଡି ହେଲେ ପୁରୀ ଓ ବଲାଙ୍ଗୀର  । ପୂର୍ବରୁ ଖୋର୍ଦ୍ଧା ଓ ସୁନ୍ଦରଗଡ ରେଡ ଜୋନ୍‌କୁ ଯାଇଥିଲା  । ରାଜ୍ୟରେ ଆଜି 2989 ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । କ୍ୱାରେନଣ୍ଟାଇନରୁ 1733 ଚିହ୍ନଟ ହୋଇଥିବାବେଳେ 1256 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି  । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 58, 342ରେ ପହଞ୍ଚିଛି  । ସେହିପରି ଆକ୍ଟିଭ୍ କେସ୍ ରହିଛି 14 ହଜାର 621  । ଆଜି ସୁସ୍ଥ ହୋଇଛନ୍ତି 610 ଆକ୍ରାନ୍ତ  । ଏବେ ସୁଦ୍ଧା ମୋଟ ସୁସ୍ଥ ହେଲେଣି 3 ଲକ୍ଷ 41, 733  ।