
ସୁନ୍ଦରଗଡ, ୧୫/୦୪/୨୧ (ଜିଲ୍ଲା ଖବର) : ଆଜିଠୁ ସୁନ୍ଦରଗଡ ବଡ଼ଗାଁରେ ଲକଡାଉନ । ବଡଗାଁ ପଞ୍ଚାୟତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ଗତ ଦୁଇ ଦିନରେ ଦୁଇ ସଂକ୍ରମିତଙ୍କ ମୃତ୍ୟୁ ପରେ ପଞ୍ଚାୟତକୁ ତିନି ଦିନ ପାଇଁ ତାଲାବନ୍ଦ ଘୋଷଣା କରାଯାଇଛି । ଆଜିଠୁ ୧୭ ତାରିଖ ଯାଏଁ କଟକଣା ଲାଗୁ କରାଯାଇଛି । ଆଜି ବସିବାକୁ ଥିବା ସାପ୍ତାହିକ ହାଟ ବନ୍ଦ ରହିଛି । ତେବେ ହୋଟେଲ, ରେଷ୍ଟୁରେଣ୍ଟ ଉପରେ କଟକଣା କିଛି କୋହଳ ରହିଛି । ସହରର ସମସ୍ତ ଦୋକାନ ମଧ୍ୟାହ୍ନ ୨ଟା ପରେ ବନ୍ଦ ରହିବ । ୨ଟା ପରେ ହୋଟେଲ ଏବଂ ରେଷ୍ଟୁରେଣ୍ଟ କେବଳ ପାର୍ସଲ ଯୋଗେ ଖାଦ୍ୟ ଦେବେ ।



