
୧୫/୦୪/୨୧ (ଜିଲ୍ଲା ଖବର) : ଦେଶରେ ପ୍ରଥମ କରି ଦୁଇ ଲକ୍ଷ ଟପିଲା ଦୈନିକ ସଂକ୍ରମଣ । ଆଜି ୨ ଲକ୍ଷ ୭୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୩୭ ଜଣଙ୍କ ଜୀବନ ନେଇଛି ମହାମାରୀ । ମହାରାଷ୍ଟ୍ରରେ ସ୍ଥିତି ଅଧିକ ସଙ୍ଗୀନ ରହିଛି । କୋରୋନାକୁ ନିୟନ୍ତ୍ରଣ ଲାଗି ସାରା ମହାରାଷ୍ଟ୍ରରେ ଆସନ୍ତା ୧୫ ଦିନ ଯାଏଁ ୧୪୪ ଧାରା ଲାଗୁ ହୋଇଛି । କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ଉପରେ କଟକଣା ଲାଗୁ ହୋଇଛି । ଜରୁରୀ ନଥିଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲୋକଲ ଏବଂ ଅନ୍ୟ ବସ ସେବା ଚାଲୁ ରହିବ । ଅଟୋ-ଟ୍ୟାକ୍ସି ସେବା ମଧ୍ୟ ଜାରି ରହିବ । ହୋଟେଲ, ରେଷ୍ଟୁରାଣ୍ଟରେ ବସି ଲୋକଙ୍କ ଖାଇବା ଉପରେ କଟକଣା ଜାରି ହୋଇଛି । ସମସ୍ତ ସର୍ବସାଧାରଣ ସ୍ଥାନ, ସାର୍ବଜନୀନ କାର୍ୟ୍ୟକ୍ରମ ବନ୍ଦ ରହିବ । ସେହିପରି ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ସକାଳ ୭ଟାରୁ ରାତି ୮ ପର୍ୟ୍ୟନ୍ତ ଯାତୟତ କରିପାରିବେ । ଗଣମାଧ୍ୟମ ପ୍ରତିନିଧି କଟକଣାରୁ ବାଦ ରହିବେ । ତେବେ ଏହି ସମୟରେ ରାଜ୍ୟର ୧୨ ଲକ୍ଷ ଶ୍ରମିକଙ୍କୁ ୧୫୦୦ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେହିପରି ରିକ୍ସାବାଲାଙ୍କୁ ମଧ୍ୟରୁ ୧୫ ଶହ ଟଙ୍କା ଓ ଆଦିବାସୀମାନଙ୍କୁ ୨ ହଜାର ଟଙ୍କା ସହୟତା ପ୍ରଦାନ କରାଯିବ ।


