
ନବରଙ୍ଗପୁର,୧୫/୦୪/୨୧ (ଜିଲ୍ଲା ଖବର) : ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ଭଲ ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଭିତରଡୁଙ୍ଗା ଗାଁରେ । ମଙ୍ଗେଇ ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ୧୦୮ ଜୋଳ ବୋଟ୍ ଆମ୍ବୁଲାନ୍ସଟି ତେନ୍ତୁଳିପଦର ଘାଟ ନିକଟରେ ପହଞ୍ଚିଥିଲା । କିନ୍ତୁ ତେନ୍ତୁଳିପଦରରୁ ଘାଟ ପର୍ୟ୍ୟନ୍ତ ଆସିବା ପାଇଁ ଦେଢ଼ କିମି ରାସ୍ତାନଥିବାରୁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିଥିଲେ । ପରେ ଗର୍ଭବତୀ ମହିଳାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ମଙ୍ଗେଇ ମାଝୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିବା ସୂଚନା ମିଳିଛି ।



