
ବାଲିଗୁଡା,୧୪/୪{ ସୁକାନ୍ତ କୁମାର ତ୍ରିପାଠୀ } : ସମାଜ ସେବି ଦୀପକ କୁମାର ପଣ୍ଡା PWD ଛକ ନିକଟରେ ଶୁଭଲଷ୍ମୀ ନାମରେ ପଣା ଷ୍ଟଲ ଖୋଲିଛନ୍ତି | ଏହି ପଣା ଷ୍ଟଲ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଦିନ ପଣା ବଣ୍ଟନ କାର୍ଯ୍ୟକ୍ରମ ସକାଳ 7 ଘଣ୍ଟା ଠାରୁ ଆରମ୍ଭ ହୋଇ ଦିନ 1ଘଣ୍ଟା ପର୍ଯ୍ୟନ୍ତ ବିନା ମୂଲ୍ୟରେ ଲୋକଙ୍କୁ ପଣା ବଣ୍ଟନ କରାଯାଇଥାଏ | ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ ଆଗକୁ ଦୀର୍ଘ ତିନି ମାସ ଯାଏ ଜାରି ରହିବ ବୋଲି ସମାଜ ସେବି ଦୀପକ କୁମାର ପଣ୍ଡା ମତ ଦେଇଛନ୍ତି |ଏହି ପଣା ବଣ୍ଟନ ରେ ଯଦି କେହି ସ୍ୱେଚ୍ଛାସେବୀ ସାହାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ସାହାର୍ଯ୍ୟ କରିପାରିବେ ବୋଲି ମତ ପ୍ରକାଶ କରିଛନ୍ତି |


