
ଜଟଣୀ,୧୪/୪(ଜିଲ୍ଲା ଖଵର) : ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ଜଟଣୀ ପୈାରାଚଂଳରେ ଗୋଟିଏ ଦିନରେ ମହିଳା ପୁରୁଷ ସମେତ ୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ରେଳପଥର ୬ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ଏକ ପେଟ୍ରୋଲପମ୍ପର ମାଲିକ ଓ କର୍ମଚାରୀ ସମେତ ୬ଜଣ ଏବଂ ରେଳପଥର ୬ଜଣ କର୍ମଚାରୀ । ଏନେଇ ଉକ୍ତ ପେଟ୍ରୋଲ ପମ୍ପକୁ ଆଜି ପୈାରପରିଷଦ ପକ୍ଷରୁ ସିଲ କରିଦିଆଯାଇଛି । ହେଲେ ରେଳପଥ ପକ୍ଷରୁ କୈାଣସି ସ୍ଥାନରେ ସିଲ କରାଯାଇନଥିବା ଜଣାପଡିଛି । ଆହୁରୀ କଂଟାକ୍ଟଟ୍ରେସିଂ ଚାଲୁ ରହିଛି, ସଂକ୍ରମିତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି । କରୋନାର ଦ୍ୱିତୀୟ ଲହରୀ ଅତି ଭୟଙ୍କର ବୋଲି ସହରରେ ଆଲୋଚନା ହେବାପରେ ଉକ୍ତ ପେଟ୍ରୋଲପମ୍ପ କର୍ମଚାରୀଙ୍କ ପଜିଟିଭ ରିପୋର୍ଟକୁ ନେଇ ସହରରେ ଆତଙ୍କ ଖେଳି ଯାଇଛି । ମାତ୍ର ମାର୍କେଟ ତଥା ଜନଗହଳିପୁର୍ଣ୍ଣ ଅଂଚଳରେ ଲଗାମ ଛାଡ କରାଯାଇଥିବା ଦୃଶ୍ୟ ସାଧାରଣରେ ଆଚମ୍ବିତ କରିଛି । ସେହିପରି ଜଟଣୀର ଖୋର୍ଦ୍ଧାରୋଡ ରେଳପଥର ୬ଜଣ ରେଳକର୍ମଚାରୀ ଗୋଟିଏ ଦିନରେ ସଂକ୍ରମିତ ହୋଇଛନ୍ତି । ମାତ୍ର ବିଡମ୍ବନାର ବିଷୟ ଜଟଣୀ ସହରାଚଂଳ ଓ ଗ୍ରାମାଚଂଳରେ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୁରତା ଏବଂ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇପାରିଲା ନାହିଁ । ଦୋକାନ ବଜାରରେ ପ୍ରବଳ ଜନଗହଳି ହେଉଥିବା ଦେଖିବାକୁ ମିଳୁଛି ।
ରୀପୋର୍ଟ , ସଞ୍ଜୀବ କୁମାର



