
ଜଟଣୀ,୧୪/୪ଜିଲ୍ଲା ଖଵର) : ଜଟଣୀଥାନା ଅନ୍ତର୍ଗତ ଖୁଦୁପୁରର ଆଇଆଇଟି ରୋଡରେ ମଙ୍ଗଳବାର ଅପରାହ୍ନରେ ମାଙ୍କଡାପଥର ବୋଝେଇ ଏକ ହାଇୱା ଯାଉଥିବା ବେଳେ କେହି ଜଣେ ପୁଲିସକୁ ସୁଚନା ଦେଇଥିଲେ । ଖବରପାଇ ଜଟଣୀପୁଲିସର ଏକ ଟିମ ଅତର୍କିତ ଚଢାଉ କରିଥିଲା । ଏଥିରେ ପୁଲିସ ପଥର ବୋଝେଇ ହାଇୱା ଟ୍ରକଟିକୁ ଅଟକାଇବା ପରେ ଏଥିରେ ବ୍ୟବହୃତ ଜେସିବିକୁ ମଧ୍ୟ ଜବତ କରିଥିଲା । ଏଥିରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରିଥିବା ବେଳେ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିଶ୍ୱରଂଜନ ସାହୁ କହିଛନ୍ତି । ଅନ୍ୟପକ୍ଷରେ ଏହିପରି ମାଙ୍କଡାପଥର ଚୋରାଚାଲାଣକୁ ନେଇ ଗତ ୨ଦିନ ପୁର୍ବେ ଜଟଣୀର ଆଡିସନାଲ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଘଟଣାରେ ଜଣେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଆଜି ପୁଣି ୩ଜଣ ମାଫିଆଙ୍କୁ ପୁଲିସ ଗିରଫ କରିଛି ।
ରୀପୋର୍ଟ ,ସଞ୍ଜୀବ କୁମାର


