
ହିଞ୍ଜିଳିକାଟୁ,୧୨/୦୪(ଜିଲ୍ଲା ଖଵର) : ବିଜେଡି ର ରାଜ୍ୟସଭା ସାଂସଦ ଶ୍ରୀ ସୁଜୀତ କୁମାର ଆଜି ଗଞ୍ଜାମ ଜିଲ୍ଲାର ହିଂଜିଳି ପୌର ପରିଷଦ ର “ପୋଷାକ” ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ହିଂଜିଳି ପୋୖରପରିଷଦ “ପୋଷାକ” ନାମ ରେ ଏକ ବ୍ୟବସ୍ଥା କରିଛନ୍ତି। ଯେଉଥିରେ “ଗର୍ବର ସହ ଦିଅନ୍ତୁ ଅବା ଗର୍ବର ସହ ନିଅନ୍ତୁ ବିନା ମୂଲ୍ୟ ରେ” ବୋଲି ଲେଖା ଯାଇଛି। ଉକ୍ତ ବ୍ୟବସ୍ଥା ରେ ପୋଷାକ ସଂଗ୍ରହ କରାଯାଇ ମେସିନ ଦ୍ଵାରା ସଫା କରି ଆଇରନ ଦେଇ ରଖା ଯାଉଥିବା ଲେଖା ଯାଇଛି ।
ସାଂସଦ ଶ୍ରୀ ସୁଜୀତ କୁମାର ଏହି ବ୍ୟବସ୍ଥା କୁ ପ୍ରଶଂସା ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପ୍ରଶଂସା କରିଛନ୍ତି। ସେ ପ୍ରଶଂସା କରି ଲେଖିଛନ୍ତି ଯେ “ଗଞ୍ଜାମ ଜିଲ୍ଲା ତରଫ ରୁ ଏହା ଏକ ଭଲ ପଦକ୍ଷେପ।ପୋଷାକ ଅଭାବୀ ଲୋକଙ୍କୁ ଏହି ସେବା ମାଧ୍ୟମରେ ସେମାନଙ୍କର ପୋଷାକ ଆବଶ୍ୟକତା ପୂରଣ ହୋଇ ପାରିବ।”


