
ଜଟଣୀ,୧୨/୪(ଜିଲ୍ଲା ଖଵର) : ଜଟଣୀବ୍ଲକ ହରିପୁର ପଚାଂୟତ ଅରଗୁଳୁ ଅଂଚଳର ସମାଜସେବୀ ରବିନ୍ଦ୍ରନାଥ ବ୍ରହ୍ମାଙ୍କ ସ୍ମୃତି ଚାରଣସଭା କାଲି ସଂଧ୍ୟାରେ ଆୟୋଜିତ ହୋଇଯାଇଛି । ସ୍ୱର୍ଗତ ବ୍ରହ୍ମା ଅରଗୁଳୁ ଗ୍ରାମର ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସମାଜମଙ୍ଗଳକାରି କାର୍ଯ୍ୟ କରି ଅଂଚଳରେ ସ୍ୱନାମ ଅର୍ଜନ କରିଥିଲେ । ୧୯୪୮ ମସିହାରେ ଜନ୍ମିତ ରବିନ୍ଦ୍ରଙ୍କ ସମାଜସେବା କ୍ଷେତ୍ରରେ ଅନେକ ଦୁର୍ବଳତା ରହିଥିଲା । ଶିକ୍ଷକତା ଜିବନରେ ଅନେକ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଉନ୍ନତି କରଣଲାଗି ପ୍ରେରଣା ଯୋଗାଇବା ସହିତ ଉଚ୍ଚଶିକ୍ଷାଲାଗି ସହଯୋଗ କରୁଥିଲେ ବୋଲି ଆୟୋଜିତ ସଭାରେ ମୂଖ୍ୟ ଅତିଥୀଭାବେ ଯୋଗଦେଇଥିବା ଶିକ୍ଷାବିତମାନେ କହିଥିଲେ । ଅରଗୁଳୁ ଅଂଚଳରେ ସ୍କୁଲ, କଲେଜ, ବିଭିନ୍ନ ଧର୍ମାନୁଷ୍ଠାନ ଓ ରେଳଷ୍ଟେସନ ପ୍ରଭୃତି ନିର୍ମାଣଲାଗି ପିତା ସୁରେନ୍ଦ୍ର ବ୍ରହ୍ମାଙ୍କ ସହିତ ସହଯୋଗ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶିକ୍ଷାବିତ ରଘୁନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାରେ ଅଧ୍ୟାପକ ପ୍ରେମାନନ୍ଦ ମହାରଣା, ଗାୟକ ଶାରସ ସୁଦର୍ଶନ ମହାପାତ୍ର,ପୁର୍ବତନ ବ୍ଲକଅଧ୍ୟକ୍ଷ ବ୍ରଜମୋହନ ଜେନା, ଅଶୋକ କୁମାର ବଳିଆରସିଂହ, ସଦାନନ୍ଦ ଜେନା, ରାଧେଶ୍ୟାମ ଜେନା, ରମେଶଚନ୍ଦ୍ର ମହାପାତ୍ରଙ୍କ ଆଖପାଖ ଅଂଚଳର ଶତାଧୀକ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ପୁତ୍ର ଜିତେନ୍ଦ୍ର , ଦେବାଶିଷ, ପୁତୁରା ସୈାମ୍ୟ,ଜ୍ଞାନ ରଂଜନ ଓ ଜ୍ୟୋତି ରଂଜନ ପ୍ରମୁଖ ସହଯୋଗ କରିଥିଲେ ।


