
ଭୁବନେଶ୍ୱର,୧୨/୪(ଜିଲ୍ଲା ଖଵର) : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ପୁଣିଥରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ଖୋଲିବା ଓ ୭ଦିନିଆ କ୍ୱାରେଣ୍ଟାଇନରେ ରହିବା ନିୟମକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଟିଏମସି ଖୋଲିବା ପାଇଁ ରାଜ୍ୟ ସରକାର ଆଜି ୧୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁମତି ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ସୁବିଧା ପ୍ରଦାନ ନିମନ୍ତେ ଏହି ଟିଏମସି ଓ କ୍ଲଷ୍ଟର ଟିଏମସି କାର୍ଯ୍ୟ କରିବ।
ରୀପୋର୍ଟ,ସଞ୍ଜୀବ କୁମାର


