Monday, November 16, 2026
Home ଆଞ୍ଚଳିକ ସ୍କାଇଲାଇଟଭାଙ୍ଗି ଦୋକାନରୁ ଚୋରି

ସ୍କାଇଲାଇଟଭାଙ୍ଗି ଦୋକାନରୁ ଚୋରି

29

ଜଟଣୀ,୧୨/୪(ଜିଲ୍ଲା ଖଵର) : ଜଟଣୀଥାନା ଅଧିନସ୍ଥ ରେଳପଥ ମାର୍କେଟରେ ମଙ୍ଗୁଳି ବେହେରାଙ୍କ ଏକ ଭେରାଇଟି ଷ୍ଟୋର ରହିଛି । ପ୍ରତିଦିନଭଳି ମଙ୍ଗୁଳି ରବିବାର ରାତିରେ ଦୋକାନ ବନ୍ଦକରି ଘରକୁ ଯାଇଥିଲେ । ପୁର୍ବପରି ଭୋର ୪ଟାରେ ଦୋକାନ ଖୋଲିବାକୁ ଆସିଥାନ୍ତି । ମାତ୍ର ସୋମବାର ଭୋର ସମୟରେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନର ସ୍କାଇଲାଇଟ ଭାଙ୍ଗି ତଳେ ପଡିଥିବା ବେଳେ ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ । ଦୋକାନରେ ରହିଥିବା ୨୨କିଲୋ ମିକଶ୍ଚର(ଚନାଚୁର) ପ୍ୟାକେଟ, ୫ରୁ ୬କିଲୋ ଖଜରାକୋଳି ପ୍ୟାକେଟ, ୧୦ରୁ ୧୫ ପ୍ୟାକେଟ ପାମ୍ପଡ ପ୍ୟାକେଟ ସହିତ ନଗଦ ୨୨ ହଜାରଟଙ୍କାକୁ କେହି ଦୁର୍ବୁତ ଲୁଟିନେଇଥିବା ମଙ୍ଗୁଳି ଜଟଣୀଥାନାରେ ଅଭିଯୋଗ କରିଛନ୍ତି ।

ରିପୋର୍ଟ, ସଞ୍ଜୀବ କୁମାର