Wednesday, July 22, 2026
Home ଆଞ୍ଚଳିକ ସ୍ୱାସ୍ଥ୍ୟ ପରିଦର୍ଶିକା ସଂଧ୍ୟାରାଣୀ ଦାଶ ସମ୍ବର୍ଦ୍ଧିତ

ସ୍ୱାସ୍ଥ୍ୟ ପରିଦର୍ଶିକା ସଂଧ୍ୟାରାଣୀ ଦାଶ ସମ୍ବର୍ଦ୍ଧିତ

13

କଟକ,୧୨/୪(ଜିଲ୍ଲା ଖଵର) : କଟକ ଜିଲ୍ଲା ବୟାଳିଶମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ” ମିଳିତ ଆନୁକୂଲ୍ୟରେ ଏବଂ କଟକ ଜିଲ୍ଲା କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସରସ୍ୱତୀ କଳା ପରିଷଦ” ପରିଚାଳନାରେ ପରିଷଦର କଳାବିହାର,କନ୍ଦରପୁର କାର୍ଯ୍ୟାଳୟରେ ସାହିତ୍ୟ ସଭା,ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାଶ,ନାଟ୍ୟକାର ଅଶୋକ ପଟ୍ଟନାୟକ,ସରୋଜ ନଳିନୀ ପରିଜା,ବିକ୍ରମ ନନ୍ଦ, ମହାଦେବ ମହାରଣା,ଅଧ୍ୟାପକ କଲିମୁଲ୍ଲା,ପ୍ରଫୁଲ୍ଲ ଦାସ,ସ୍ୱାସ୍ଥ୍ୟପରିଦର୍ଶିକା ସଂଧ୍ୟାରାଣୀ ଦାଶ,କରୋନାଯୋଦ୍ଧା ଅଭିରାମ ସାହୁ ପ୍ରମୁଖ ଉପସ୍ଥିତଥିଲେ । ଏହି ସଭାରେ ତ୍ରୟ ଅନୁଷ୍ଠାନ ପକ୍ଷରୁ ଚକ୍ରବର୍ତ୍ତୀ ଓତା,ଅଭିନେତା ଦୈତାରୀ ପ୍ରଧାନ,ପ୍ରଦୀପ ମହାଳି,ବାବୁଲି ପାତ୍ର କାର୍ଯ୍ୟକର୍ତାଙ୍କ ପରିଚାଳନାରେ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବହୁ ସାମ୍ବାଦିକ,କବି,ସମାଜସେବୀ,ଚିତ୍ରଶଳ୍ପୀ,ବିଭିନ୍ନ ସଂଗଠନ ଯଥା ସରସ୍ୱତୀ କଳା ପରିଷଦ,କୃତି ଶିକ୍ଷକ ବାଉରୀବଂଧୁ ସ୍ୱାଇଁ,ପୁନମ ପ୍ରିୟଦର୍ଶୀନୀ, ରେଶମା ରାଉତ, ଅକ୍ଷୟ ଓଝା, ପୂର୍ବତନ ସରପଞ୍ଚ କନ୍ଦରପୁର ଚନ୍ଦ୍ରମଣି ସ୍ୱାଇଁ, ସିତାଂଶୁ ଜେନା,ବ୍ୟଙ୍ଗକବି ପ୍ରତାପ ବେହେରା, ଆଲୋକ ଭୋଇ,ଇଂ.ରବୀନ୍ଦ୍ର ରାଉଳ, ଇଂ.ବସନ୍ତ ରାଉତ,ଉତ୍କଳ ବିକାଶ ପରିଷଦ, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।