
ବିଷମକଟକ,୧୨/୪(ଜିଲ୍ଲା ଖଵର) : ସରକାର ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ପାଖରେ ସୁବିଧା ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଯାହା ଫଳରେ ସାଧାରଣ ଲୋକେ ଅନେକ ସ୍ଥାନରେ ଏହାର ଫାଇଦା ଉଠାଇ ଥିବା ବେଳେ , ଏମିତି ବି କିଛି ଯାଗାରେ ଏହା ପହଞ୍ଚି ପାରୁ ନାହିଁ। ଏହାର ପଛରେ ମୁଖ୍ୟ କାରଣ ହେଉ ଛନ୍ତି , କିଛି ଅସାଧୁ କର୍ମଚାରୀ। ସରକାର ଙ୍କ ଟଙ୍କା ଠିକ୍ ସ୍ଥାନରେ କାର୍ଯ୍ୟ କାରି ହେଉଛି କି ନାହିଁ ତାକୁ ଜାଣିବା ପାଇଁ ସରକାର ଅନେକ ଏଜେନ୍ସି ଙ୍କୁ ନିୟୋଜିତ କରିଛନ୍ତି।ଏହା ବ୍ୟତୀତ ଜଣେ ସାଧାରଣ ନାଗରିକ ସରକାର ଙ୍କ ବିଭିନ୍ନ ପ୍ରକଳ୍ପ କୁ ଆସୁଥିବା ଟଙ୍କା ଏହାର ବାବଦରେ ଜାଣିବା ପାଇଁ 2005 ମସିହା ରେ ସୂଚନା ଅଧିକାର ଆଇନ୍ ପ୍ରଣୟନ କରାଯାଇଥିଲା। ଏହି ଆଇନ୍ ବଳରେ ଜଣେ ସାଧାରଣ ନାଗରିକ ଟିଏ ଯେ କୈଣସି ବିଭାଗ କୁ ତଥ୍ୟ ମାଗିପାରିବ । ଏହି ଆଇନ୍ ମାଧ୍ୟମରେ ଆମ ହାଟମୁନିଗୁଡା ପ୍ରତିନିଧି ଚିଠି ନମ୍ବର 344 ,ଫେବୃଆରୀ 24 ,2021ତାରିଖରେ ବିଷମକଟକ ପଚାୟତ ସମିତି ଅଧିନରେ ଥିବା ସମସ୍ତ ଅଙ୍ଗନା ବାଡ଼ି ସେଣ୍ଟର ମାନଙ୍କୁ କେତେ ଟଙ୍କା ର ଖେଳନା ସାମଗ୍ରୀ ପ୍ରଦାନ କରାଯାଇଛି, ପ୍ରତେକ ଅଙ୍ଗନା ବାଡ଼ି ସେଣ୍ଟର କୁ ଦିଆ ଯାଇଥିବା ଖେଳନା ର ମୂଲ୍ୟ କେତେ ଓ ଏହା କେବେ ତେଣ୍ଟର ହୋଇଥିଲା ,ତେଣ୍ଟର ର ଅରଜି ନାଲ କଫି ଦିଆଯାଉ ଏବଂ ଏହି ଖେଳନା ଯୋଗାଇ ବା ପାଇଁ କେତେ ଜଣ ଯୋଗାଣ କାରି ଆବେଦନ କରିଥିଲେ। ସେଥି ମଧ୍ୟରୁ କେତେ ଜଣଙ୍କ ଚିହ୍ନଟ କରାଗଲା।ଓ କିଏ ଖେଳନା ସାମଗ୍ରୀ ଯୋଗାଇ ଛନ୍ତି।ଏହି ଭଳି କିଛି ତଥ୍ୟ ଜାଣିବା ପାଇଁ ଆବେଦନ କରିବାର 45 ଦିନ ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତଥ୍ୟ ପ୍ରଦାନ କରା ଯାଇନାହିଁ।ଏଥିରେ ଜଣା ପଡୁଛି ଯେ ଏହି ଖେଳନା ସାମଗ୍ରୀ ଯୋଗାଇ ବାରେ କିଛି ହେରଫେର ହୋଇନି, ତ । ଯଦି ଜଣେ ସାମ୍ବାଦିକ ସୂଚନା ଆଇନ୍ ବଳରେ ତଥ୍ୟ ମାଗି ବାରେ ଯଦି ମିଳି ପାରୁନାହିଁ, ସେହି ସ୍ଥାନରେ ସାଧାରଣ ଲୋକ ଟିଏ ତଥ୍ୟ କିପରି ପାଇବ। ତାଙ୍କ ନେଇ ବୁଦ୍ଧି ଜୀବ ମହଲରେ ଚର୍ଚ୍ଚା ଜୋର ଧରିଛି ଓ ସୂଚନା ଅଧିକାର ଆଇନ୍ କୁ ବେଖାତିର କରୁଛନ୍ତି ବିଭାଗୀୟ ଅଧିକାରୀ।





