Thursday, November 12, 2026
Home ଆଞ୍ଚଳିକ ପବ୍ଲିକ ରାଇଟସ୍ ଆସୋସିଏସନ୍ ଖୋର୍ଦ୍ଧା ଜିଲ୍ଲା ଓ କଟକ ଜିଲ୍ଲା ର ମିଳିତ ବୈଠକ ଅନୁଷ୍ଠତ

ପବ୍ଲିକ ରାଇଟସ୍ ଆସୋସିଏସନ୍ ଖୋର୍ଦ୍ଧା ଜିଲ୍ଲା ଓ କଟକ ଜିଲ୍ଲା ର ମିଳିତ ବୈଠକ ଅନୁଷ୍ଠତ

85

ଖୋର୍ଦ୍ଧା,୧୨/୪(ଜିଲ୍ଲା ଖଵର) : ପବ୍ଲିକ ରାଇଟସ୍ ଆସୋସିଏସନ୍ ଖୋର୍ଦ୍ଧା ଜିଲ୍ଲା ଓ କଟକ ଜିଲ୍ଲା ର ମିଳିତ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠତ ହୋଇଯାଇଛି।ବୈଠକ ର ମୂଳ ଉଦ୍ଦେଶ୍ୟ ଥିଲା,ଆସୋସିଏସନ୍ କୁ ସୁଦୃଢ କରିବା ସହ ପ୍ରତି ବ୍ଲକ, ପଞ୍ଚାୟତ, ଏବଂ ଗ୍ରାମେ, ସମାଜସେବୀ ଚୟନ କରି ପ୍ରତି ଜନସାଧାରଣଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇଦେବା। ପ୍ରତି ସଦସ୍ୟ/ ସଦସ୍ୟା ନିଜର ବକ୍ତବ୍ୟ ରଖିଥିଲେ।ଏହି ବୈଠକରେ ଭାରତ ମାତା ବନ୍ଦନା ଗାନ କରି,ପ୍ରତି ସଦସ୍ୟ/ସଦସ୍ୟା ସମାଜସେବୀ ରେ ବ୍ରତୀ ହୋଇ ନିଃସ୍ଵାର୍ଥପର ଭାବେ ସେବା ଯୋଗେଇଦେବେ ବୋଲି ଶପଥ ପାଠ କରିଥିଲେ। ଏଥିରେ ସମ୍ବର୍ଦ୍ଧିତ ହେଇଥିଲେ ସଂଜିତ ସାମଲ,ଶିବୁ ପଟ୍ଟନାୟକ,ରଶ୍ମିତା ମିଶ୍ର,ସଞ୍ଜୀବ କୁମାର ଦାଶ, ଏବଂ ଶିବେଶ ମିଶ୍ର।ସୁଶିଲ କସ୍ତ,ସଞ୍ଜୀବ କୁମାର,ପ୍ରମୋଦ ରାଉତ, ଅଶୋକ ବିଶ୍ୱାସ,ସନ୍ଦୀପ ଅଗ୍ରୱାଲ,ମନୋଜ ସାହୁ,,ଦେବବ୍ରତ ମହାପାତ୍ର,ଲୋପାମୁଦ୍ରା ମିଶ୍ର,ଗୀତାଞ୍ଜଳି ବେଉରା,ବେବୀ ବେହେରା,ଆମିତ୍ରା ସାହୁ, ସ୍ୱେତା ପଟ୍ଟନାୟକ,ପ୍ରତିଭା ନାୟକ,ସ୍ନିଗ୍ଧା ମହାନ୍ତି,ରାମହରି ମହାରଣା,ତପନ କୁମାର ସାହୁ,ସୁକାନ୍ତ ନାୟକ,ରଞ୍ଜିତା ଦାସ,ଲଳିତା ସାହୁ,ସଂଯୁକ୍ତା ଶତପଥୀ,ଗୀତାଞ୍ଜଳି ସାହୁ,,ଜ୍ୟୋତିର୍ମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ, ସଞ୍ଜୀବ କୁମାର