Monday, November 16, 2026
Home ଆଞ୍ଚଳିକ ଆଡିସନାଲ ତହସିଲଦାରଙ୍କୁ ପଥର ମାଫିଆଙ୍କ ଆକ୍ରମଣ, ଅଭିଯୁକ୍ତ ଗିରଫ

ଆଡିସନାଲ ତହସିଲଦାରଙ୍କୁ ପଥର ମାଫିଆଙ୍କ ଆକ୍ରମଣ, ଅଭିଯୁକ୍ତ ଗିରଫ

57

ଜଟଣୀ,/୦୪(ଜିଲ୍ଲା ଖଵର) : ଜଟଣୀର ଆଡିସନାଲ ତହସିଲଦାର ରମେଶ ଚନ୍ଦ୍ର ମଲିକ ଶନିବାର ରାତିରେ ଜଟଣୀଥାନା ଅଧିନ ଗଙ୍ଗପଡା ଭାତକୁରୀ ଅଂଚଳକୁ ଜାଂଳା ଆରକ୍ଷୀନିରୀକ୍ଷକଙ୍କ ସହିତ ଚଢାଉ କରିବାକୁ ଯାଉଥିଲେ । ମାତ୍ର ଏହି ସମୟରେ ୨ଟି ବେଆଇନ ମାଙ୍କଡା ବୋଝେଇ ଟ୍ରକ ଯାଉଥିଲା । ତେବେ ଏନେଇ ଟ୍ରକ ଦ୍ୱୟକୁ ଅଟକାଇବାକୁ କୁହାଯାଇଥିଲା । ଏହି ଟ୍ରକଦ୍ୱୟକୁ ସୁରକ୍ଷା ଦେଇ ପଛରେ ଆସୁଥିବା କାର ନଂ (ଓଆର୦୨ ବିଜି ୫୮୮୯) ଟି ଆଡିସନାଲ ତହସିଲଦାରଙ୍କୁ ସାଇଡ ଦେଇ ନଥିଲା । ଫଳରେ ମାଙ୍କଡା ବୋଝେଇ ଟ୍ରକ ଦୁଇଟି ଦ୍ରୁତଗତିରେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଉକ୍ତ କାରରେ ବସିଥିବା ମାଲିକ ପ୍ରକାଶ ମଙ୍ଗରାଜ ଗାଡିରୁ ଓହ୍ଲାଇ ଆଡିସନାଲ ତହସିଲଦାର ଶ୍ରୀ ମଲିକଙ୍କୁ ଅଶ୍ଳିଳ ଗାଳିଗୁଲଜ ଓ ମାଡମାରିବା ସହିତ ଜିବନରୁ ମାରିଦେବା ଏବଂ ଫାଇନ ଆଦାୟ ରସିଦବହି ମଧ୍ୟ ଛଡାଇନେଇଥିଲା । ଏପରିକି ତହସିଲକାର୍ଯ୍ୟାଳୟ ଜିପର ଚାବିମଧ୍ୟ ଛଡାଇ ନେଇ ଡ୍ରାଇଭରଙ୍କୁ ମାଡ ମାରିଥିଲା ଏବଂ ଗାଡି ଭାଙ୍ଗିଦେବାର ଭୟ ଦେଖାଇଥିଲା । ତେବେ ଏନେଇ ଆଡିସନାଲ ତହସିଲଦାର ରମେଶ ମଲିକ ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ୧୮୬/୨୧ରେ ମାମଲା ରୁଜୁକରି ଅଭିଯୁକ୍ତ ପ୍ରକାଶ ମଙ୍ଗରାଜକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି ।

ରୀପୋର୍ଟ,ସଞ୍ଜୀବ କୁମାର