Saturday, November 14, 2026
Home ଆଞ୍ଚଳିକ ବେକରେ ଦଉଡି ଦେଇ ଆତ୍ମହତ୍ୟା

ବେକରେ ଦଉଡି ଦେଇ ଆତ୍ମହତ୍ୟା

174

ବାଲିଗୁଡା,୧୧/୦୪{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ଥାନା ଅନ୍ତର୍ଗତ ଟିକାବାଲି ଥାନା ଦଡିଙ୍ଗିଆ ଗ୍ରାମର ରମଣ ଦିଗାଳ, ବୟସ 35 ବାସନ୍ତୀ ପଲ୍ଲୀ ସାହିରେ ଏକ ଭଡ଼ାଘରେ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହି ଆସୁଥିଲେ। ସେ ଏକ ଚିକେନ୍ ଦୋକନରେ ରହି କାମକରୁଥିଲେ। କୌଣସି କାରଣରୁ ସ୍ତ୍ରୀ ସହ ଘରେ ଝଗଡ଼ା ହୋଇଥିବା କୁହାଯାଉଛି। ଏଥିଯୋଗୁଁ ସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ। ଏଥିରେ ସେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଶନିବାର ସକାଳୁ ତାଙ୍କ ଶାଳକ ଆହାସ ନାୟକ ସେ ଘରକୁ ଯାଇ ଭିଣୋଇଙ୍କୁ କବାଟ ବାଡ଼େଇ ଡ଼ାକିଥିଲେ। କିନ୍ତୁ କୌଣସି ଉତ୍ତର ମିଳିନଥିଲା। ଏହାପରେ କବାଟ ଠେଲି ଦେଖିଲା ବେଳକୁ ତାଙ୍କ ଭିଣୋଇ ଝୁଲା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ସେ ଏନେଇ ରାଇକିଆ ଥାନାରେ ସୂଚନା ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ରାଇକିଆ ଥାନା ଅଧିକାରୀ ତରୁଣ ତପନ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଶବକୁ ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିଲା । ଏନେଇ ରାଇକିଆ ପୋଲିସ୍ ପକ୍ଷରୁ 04/2021 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।