
ଭଦ୍ରକ, ୧୦/୦୪/୨୧ (ଜିଲ୍ଲା ଖବର) : ଭଦ୍ରକ ବାଇପାସ ଜଗନ୍ନାଥ ମନ୍ଦିର ନିକଟରେ ଚଳନ୍ତା ବାଇକରେ ଝାମ୍ପିନେଲେ ସୁନା ଚେନ । ଲୁଟ ବେଳର ଦୃଶ୍ୟ ସିସି ଟିଭି ରେ କଏଦ ହୋଇଛି । ସୂଚନା ଅନୁସାରେ ଭଦ୍ରକ ସହରର ଗୋପବନ୍ଧୁ ନଗରରେ ରହୁଥିବା ସସ୍ମିତା ସୁତାର ବଜାର ଆସିଥିବା ବେଳେ ଲୁଟେରା ବାଇକ୍ରେ ଆସି ସୁନା ଚେନ ଝାମ୍ପିନେଇ ପଳାଇଥିଲେ । ପରେ ମହିଳା ଜଣକ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଛନ୍ତି ।



