Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Ayesha Takia

ଜନ୍ମଦିନର ଶୁଭେଚ୍ଛା ! Ayesha Takia

25

ନୂଆଦିଲ୍ଲୀ, ୧୦/୦୪/୨୧ (ଜିଲ୍ଲା ଖବର) : ଅଭିନେତ୍ରୀ Ayesha Takiaଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଏବେ ସେ ଫିଲ୍ମଠାରୁ ଦୂରରେ ରହିଛନ୍ତି ସତ,ହେଲେ ଆଜିବି ସେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହି, ଫ୍ୟାନ୍ସମାନଙ୍କ ମନୋରଞ୍ଜନ କରାଉଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ଜନ୍ମଦିନ ଅବସରରେ ତାଙ୍କର କିଛି ଖାସ୍ କଥା ।

୧୩ ବର୍ଷ ବୟସରେ ଆୟେଶା ମଡେଲିଙ୍ଗ ଦୁନିଆଁରେ ପାଦ ଥାପିଥିଲେ । ଫାଲ୍ଗୁନି ପାଠକଙ୍କ ଆଲବମ ଗୀତ ‘ମେରି ଚୁନର ଉଡ୍ ଉଡ୍ ଯାୟେ’ମାଧ୍ୟମରେ ବେଶ ପରିଚିତ ହୋଇଥିଲେ ଆୟେଶା । ଏହା ବ୍ୟତୀତ ସେ ଅନେକ୍ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ୧୫ ବର୍ଷ ବୟସରେ ତାଙ୍କୁ ବଲିଉଡ ଫିଲ୍ମରେ କାମ କରିବାର ଅଫର ମିଳିଥିଲା । 

ଆୟେଶାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ଥିଲା ‘ଟାର୍ଜନ୍ ଦ ୱଣ୍ଡର କାର’ । ଏଥିପାଇଁ ତାଙ୍କୁ ଫିଲ୍ମ ଫେୟାର ବେଷ୍ଟ ଡେବ୍ୟୁ ଆକ୍ଟ୍ରେସ ଆୱାର୍ଡ ଦିଆଯାଇଥିଲା । ଏହାପରେ ସେ ଅନେକ୍ ଫିଲ୍ମରେ କାମ କରିଛନ୍ତି ।

ବିବାହ ବନ୍ଧନରେ ବାନ୍ଧି ହେବା ପରେ ଆୟେଶା , ଗ୍ଲାମର ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି । ସେ ତାଙ୍କର ଚେହେରାର କିଛି ପାର୍ଟ ସର୍ଜରୀ କରାଇଛନ୍ତି ବୋଲି ମଧ୍ୟ କୁହାଯାଏ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।