
ମୟୂରଭଞ୍ଜ, ୧୦/୦୪/୨୧ (ଜିଲ୍ଲା ଖବର) : ଚଳିତ ବର୍ଷ ବିନା ଭକ୍ତରେ ପାଳନ ହେବ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଅଧିଷ୍ଠାତ୍ରୀ ଦେବୀ ମା’ ବସୁଳିଙ୍କ ପ୍ରସିଦ୍ଧ ଉଡା ପର୍ବ । ସେଥିପାଇଁ ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଥାନା ଅଧିକାରୀ, କମିଟିର ସଦସ୍ୟ ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ । ୨୫ ଜଣ ଭକ୍ତଙ୍କୁ ନେଇ ଚଳିତ ବର୍ଷ ଉଡାପର୍ବ ପାଳନ ହେବାକୁ ଥିବା ବେଳେ ମେଳା, ଦୋକାନ ବଜାର ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।



