
ଭୁବନେଶ୍ୱର,୧୦/୦୪/୨୧ (ଜିଲ୍ଲା ଖବର) : ମେଡିକାଲରେ ରହି ଆମରଣ ଅନଶନ କରିବେ ନାଗା ସାଧୁ ବୈଷ୍ଣବ ପୁରୀ । ଯାହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଏହି ଭିଡିଓରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଓଡ଼ିଶାରେ ଗୋ ଚାଲାଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ସହ ପୋଲିସର କାର୍ଯ୍ୟ କାରିତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଓଡ଼ିଶା ପୋଲିସ ଲକ୍ଷ ଲକ୍ଷ ଟଙ୍କା ଦରମା ନେଇ ଗୋ-ଚାଲାଣ ଜାଣିପାରୁନଥିବା ସେ ପ୍ରଶ୍ନ କରିଛନ୍ତି । ସେହିପରି ଗୁଣ୍ଡିଚା ମନ୍ଦିର କଣ ପାଇଁ ବନ୍ଦ ଅଛି? ଓ ରୋହିଣୀ କୁଣ୍ଡ କ’ଣ ପାଇଁ ବନ୍ଦ ଅଛି? ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ମୁଁ ମେଡିକାଲରେ ରହି ଆମରଣ ଅନଶନ କରିବି ବୋଲି ସେ କହିଛନ୍ତି ।


