Sunday, November 15, 2026
Home ଆଞ୍ଚଳିକ ଶିଳ୍ପାଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ ରାଜ୍

ଶିଳ୍ପାଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ ରାଜ୍

31

ନୂଆଦିଲ୍ଲୀ, ୧୦/୦୪/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ପତି ରାଜ୍ କୁନ୍ଦ୍ରା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳେ । ସେମାନେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି , ସବୁବେଳେ ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି ଏବଂ ଫ୍ୟାନ୍ସମାନଙ୍କର ଏଣ୍ଟରଟେନ୍ କରନ୍ତି । ନିକଟରେ ଦୁହିଁଙ୍କର କିଛି ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା । ପୁଣି ଏବେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଯାହାକୁ ରାଜ୍ କୁନ୍ଦ୍ରା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ପତ୍ନୀ ଦ୍ୱାରା ବନାୟେ ଗୟେ ଡିସ୍ କୋ ଜାନ୍‌ନା ଅଚ୍ଛା ଲଗ୍‌ତା ହେ । ଜଷ୍ଟ ଇନ୍ କେସ୍‌’ । ସେ ଭିଡିଓରେ ଶିଳ୍ପା ଶେଟ୍ଟୀ ରାଜ୍ କୁନ୍ଦ୍ରାଙ୍କୁ ସବ୍‌ଜି ପ୍ରସ୍ତୁତ କରି ଦିଅନ୍ତି । ଏହାପରେ ରାଜ୍ ତାଙ୍କୁ ପଚାରନ୍ତି ଯେ, ଏହି ସବ୍‌ଜି ଯାହା ତୁମ ଦ୍ୱାରା ପ୍ରସ୍ତୁତ ହୋଇଛି , ଏହାର ନାଁ କ’ଣ । ଏହି ପ୍ରଶ୍ନର ଜବାବ୍ ଦେଇ ଶିଳ୍ପା କୁହନ୍ତି ଯେ, କ’ଣ ହେଲା କାହିଁକି ପଚାରୁଛ । ଏହାର ଉତ୍ତର ଦେଇ ରାଜ୍ କୁହନ୍ତି ଯେ, ମତେ ବି ତ ଉପରକୁ ଯାଇ ଜବାବ୍ ଦେବାକୁ ପଡିବ ଯେ, କ’ଣ ଖାଇ ମରିଥିଲି । ସେହି ମଜାଦାର ଭିଡିଓରେ ଦୁହିଁଙ୍କ ଜୁଗଳବନ୍ଦୀ ବେଶ ଜମୁଥିବା ଦେଖିବାକୁ ମିଳୁଛି । ଭିଡିଓଟିକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ରିଆକ୍ସନ୍ ଦେବାରେ ଲାଗିଛନ୍ତି ।