ଆଜି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ 21 ତମ ଶୁଣାଣି

41

 କଟକ,୧୦/୦୪/୨୧ (ଜିଲ୍ଲା ଖବର) : ଆଜି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁନାଲ 21 ତମ ଶୁଣାଣି ହେବ । ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ଜଳରେ ଜଳ ସତ୍ୟାଗ୍ରହ ପାଇଁ  ନିଷ୍ପତି ନେଇଛି ।  କଟକର ଯୋବ୍ରା ଠାରେ ଏହା ଏହି ସତ୍ୟାଗ୍ରହ ଦିନ 11:30 ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗ ଦେଇ ମହାନଦୀର ସୁରକ୍ଷା ପାଇଁ ଲଢେଇ ରେ ସାମିଲ ହେବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଆହ୍ୱାନ ଦିଆଯାଇଛି l 6 ଦଫା ଦାବିକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତି ନେଇଛି l