Home ଆଞ୍ଚଳିକ ହାତୀ ଛୁଆକୁ ଉଦ୍ଧାର କଲା ବନ ବିଭାଗ

ହାତୀ ଛୁଆକୁ ଉଦ୍ଧାର କଲା ବନ ବିଭାଗ

15

ମୟୂରଭଞ୍ଜ, ୧୦/୦୪/୨୧ (ଜିଲ୍ଲା ଖବର) : ହାତୀ ଛୁଆକୁ ଉଦ୍ଧାର କଲା ବନ ବିଭାଗ । ବାରିପଦା ବନଖଣ୍ଡ ଅନ୍ତର୍ଗତ ଦେଉଳି ରେଞ୍ଜର ବିଶୁଶୋଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତକାଲି ସନ୍ଧ୍ୟା ସମୟରେ ଏକ କୁଅ ଭିତରେ ପଡ଼ିଯାଇଥିବା ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ । ଝାଡ଼ଖଣ୍ଡରୁ ଆସିଥିବା  ହାତୀପଲ ପଶ୍ଚିମବଙ୍ଗ ସୀମାରେ ଥିବା ଘଣଘଣା ଜଙ୍ଗଲ ଅତିକ୍ରମ କରି ଆସୁଥିବା ସମୟରେ ଵିଶୁଶୋଳ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୁଅ ଭିତରେ ହାତୀ ଛୁଆଟି ପଡ଼ିଯାଇଥିଲା। ତେବେ ଖବର ପାଇ ଦେଉଳି ରେଞ୍ଜର ବନକର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କିଛି ସମୟ ପରେ ହାତୀ ଛୁଆକୁ ଉଦ୍ଧାର କରିଛନ୍ତି । ହାତୀ ଛୁଆଟି ସୁସ୍ଥ ଥିବା ଜଣାପଡିଛି ।