Friday, November 13, 2026
Home ଆଞ୍ଚଳିକ ଘୁଞ୍ଚିଲା ଫିଲ୍ମ’ଥାଲାଇଭି’ର ରିଲିଜ୍ ଡେଟ୍

ଘୁଞ୍ଚିଲା ଫିଲ୍ମ’ଥାଲାଇଭି’ର ରିଲିଜ୍ ଡେଟ୍

14

ନୂଆଦିଲ୍ଲୀ ,୧୦/୦୪/୨୧ (ଜିଲ୍ଲା ଖବର) : କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ପୁଣି କରୋନା କଟକଣା କଠୋର ହେବାରେ ଲାଗିଲାଣି ।  ମହାରାଷ୍ଟ୍ରରେ କରୋନାର ପ୍ରଭାବ ସବୁଠାରୁ ବେଶି ପଡୁଥିବା ଦେଖିବାକୁ ମିଳୁଛି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ,ଅନେକ୍ କଳାକାରଙ୍କ କ୍ଷେତ୍ରରେ ପଡୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ’ଥାଲାଇଭି’ର ରିଲିଜ ଡେଟ୍‌କୁ ସ୍ଥଗିତ କରାଯାଇଛି । ନିକଟରେ କଙ୍ଗନାଙ୍କ ତରଫରୁ ଏହି ସୂଚନା ଜାରି କରାଯାଇଛି ଯେ,ତାଙ୍କ ଫିଲ୍ମ’ଥାଲାଇଭି’ର ରିଲିଜ୍ ଡେଟ୍ ସ୍ଥଗିତ କରାଯାଇଛି । ଏଥିରେ କୁହାଯାଇଛି ଯେ, ଏହି ଫିଲ୍ମର ଏକ ବହୁଭାଷି ଫିଲ୍ମ ଅଟେ ।  ଏହା ୨୩ ଏପ୍ରିଲରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇଥିଲା ।  କିନ୍ତୁ କରୋନାର ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି,  ଫିଲ୍ମ ରିଲିଜ୍ ଡେଟ୍ ଉପରେ ଏବେ ରୋକ୍ ଲଗାଯାଇଛି ।