Wednesday, November 11, 2026
Home ଆଞ୍ଚଳିକ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ଥି

ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ଥି

9

ଭୁବନେଶ୍ୱର, ୧୦/୦୪/୨୧ (ଜିଲ୍ଲା ଖବର) : ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ଥି । ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ସମଗ୍ର ରାଜ୍ୟରେ ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହିଛି । ରାଜ୍ୟବାସୀ ତାତିରୁ ସାମୟିକ ଭାବେ ଆଶ୍ୱସ୍ତି ଲାଭ କରିଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇନାହିଁ। କେବଳ ସୁନ୍ଦରଗଡ଼କୁ ବାଦ୍‌ଦେଲେ ରାଜ୍ୟର ଅନ୍ୟ ସମସ୍ତ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରି ତଳେ ରେକର୍ଡ କରାଯାଇଛି। କେବଳ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରି ରହିଥଲା ।