
କନ୍ଧମାଳ, (ସୁରେଶ କୁମାର ପଣ୍ଡା) : ଜଗତଜନନୀ ମା ଦୁର୍ଗାଙ୍କ ବିସର୍ଜନ ଉତ୍ସବ କରାଯାଇଛି I ଏହି ଉତ୍ସବରେ ଇଲେକ୍ଟ୍ରି ଅଫିସ ଓ ମା ପାଟଖଣ୍ଡା ପୂଜା କମିଟି ମିଶି ବିସର୍ଜନ କରିଥିଲେ, ମାଙ୍କୁ ମା ପାଟଖଣ୍ଡା ମନ୍ଦିରରୁ ବାହାରି ଗାନ୍ଧୀ ଛକରୁ ବସଷ୍ଟାଣ୍ଡ, ନୂଆସାହି, ଦଣ୍ଡପଦର ପର୍ଯ୍ୟନ୍ତ ମାଙ୍କୁ ବୁଲାଯାଇଥିଲା I ଏହି ଉତ୍ସବରେ ମା ପାଟଖଣ୍ଡା କମିଟିର ସଭାପତି ଲୋକନାଥ ପାଢ଼ୀ, ଉପସଭାପତି ଇନ୍ଦ୍ରମଣି ପାତ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର, ସାଧାରଣ ସମ୍ପାଦକ ସୁଜିତ କୁମାର ପାଳ, ଉପଦେଷ୍ଟା ଭଗବତୀ ପ୍ରସାଦ ସାବତ ରହିବା ସହ କମିଟିର ସମସ୍ତ ସଭ୍ୟ ଓ ଇଲେକ୍ଟ୍ରି ଅଫିସ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l





