
ନୂଆଦିଲ୍ଲୀ, ୧୦/୦୪/୨୧ (ଜିଲ୍ଲା ଖବର) : ଏବେ ପୁଣି ଥରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । କରୋନାର ଦ୍ୱିତୀୟ ଲହରୀ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ବଲିଉଡର ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ପୁଣି କରୋନା ନିୟମ କଡାକଡି କରାଯାଇଛି । ଏହାରି ମଧ୍ୟରେ ନିକଟରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଜିମ୍ ବାହାରେ ସ୍ପଟ୍ ହୋଇଥିଲେ । ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ସଙ୍ଗେସଙ୍ଗେ ସେ ଟ୍ରୋଲର ଶିକାର ହୋଇଛନ୍ତି । ସୋସିଆଲ ମିଡିଆ ୟୂଜର୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି, ମୁମ୍ବାଇରେ କରୋନାର ପ୍ରକୋପ ବେଶ ବଢୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି , ପୂର୍ବ ଅପେକ୍ଷା ଏବେ ଲୋକମାନେ ଅଧିକ ସାବଧାନ ହୋଇ ଚଳୁଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ବିନା ମାସ୍କରେ ଜିମ୍ ବାହାରେ ସ୍ପଟ ହେବାପରେ, ପାପାରାଜି ତାଙ୍କର ଫଟୋ କ୍ଲିକ୍ କରିଥିଲେ । ଏହି ସମୟରେ ସାରା ଅଲ୍ଲୀ ଖାନ କହୁଛନ୍ତି ଯେ,’ପାସ୍ ମତ୍ ଆନା’ । ସାରା, ମ୍ୟାମେରାପରସନଙ୍କୁ ଦୂରକୁ ଯିବାପାଇଁ ଅପିଲ କରୁଛନ୍ତି ।
ବିରଲ ଭାୟାନୀ ଦ୍ୱାରା ସେୟାର କରାଯାଇଥିବା ଫଟୋରେ, ସାରା ପାପାରାଜିଙ୍କୁ ଦୂରକୁ ଯିବାକୁ ନିର୍ଦ୍ଦେଶ ଦେଉଥିବା ନଜର ଆସୁଛନ୍ତି । ପ୍ରକୃତ କଥା ହେଲା, ସାରା ଅଲ୍ଳୀ ଖାନ ପିନ୍ଧିନଥିଲେ । ଯେଉଁଥିପାଇଁ ସୋସିଆଲ ମିଡିଆରେ ସେ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି ।
ଜଣେ ୟୂଜର ଲେଖିଛନ୍ତି ଯେ, ‘ହାଁ ତ ବେହେନ୍ ମାସ୍କ ପେହେନ୍ ଲୋ’ । ଅନ୍ୟ ଜଣେ ଲେଖିଛନ୍ତି ଯେ,’ଅର ୟେ ଲୋଗ କୋ ମାସ୍କ ପେହେନ୍ନେ କା ଭାଷଣ ଦେତି ହେ’ । ଆଉ ଜଣେ ଲେଖିଛନ୍ତି ଯେ, ‘ଦିଦି ମାସ୍କ କାହାଁ ହେ’ ?





