
୧୦/୦୪/୨୧ (ଜିଲ୍ଲା ଖବର) : ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଙ୍ଗାଲୋର । ବିପକ୍ଷୀ ଦଳ ମୁମ୍ବାଇକୁ ଦୁଇ ୱିକେଟରେ ହରାଇ ଦଳ ଚଳିତ ଆଇପିଏଲର ପ୍ରଥମ ବିଜୟ ହାସଲ କରିଛି ଦଳ । ତେବେ ଏହି ମ୍ୟାଚ ଶେଷ ପର୍ଯ୍ୟନ୍ତ ବେଶ ରୋଚକପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଟସ ଜିତି ଆରସିବି ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଦଳ ପକ୍ଷରୁ ରୋହିତ ଏବଂ ଲିନ ବ୍ୟାଟିଂ କରିବାକୁ ଆସିଥିଲେ । ଦୁହେଁ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ, ଇଷାନ କିଷାନ ଏବଂ କ୍ରିସ ଲିନଙ୍କ ଦମଦାର ଇଂନିସ ବଳରେ ମୁମ୍ବାଇ 159 ରନ କରିପାରିଥିଲା ।



