Tuesday, November 17, 2026
Home ଆଞ୍ଚଳିକ କେଶ ପାଇଁ ଚିନି

କେଶ ପାଇଁ ଚିନି

19

୧୦/୦୪/୨୧ (ଜିଲ୍ଲା ଖବର) : ସାଧାରଣତଃ ଆମେ ଚିନିକୁ ଚା’,ସରବତ୍ ଏବଂ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାଉ ।  କେବଳ ଏତିକି ନୁହେଁ ,ଚିନିକୁ ଆମେ ତ୍ୱଚା ପାଇଁ ମଧ୍ୟ  ବିଭିନ୍ନ ସମୟରେ ବ୍ୟବହାର କରିଥାଉ । ହେଲେ ହୁଏତ ଏକଥା ସମସ୍ତଙ୍କୁ ଜଣା ନଥିବ ଯେ, କେଶ ପାଇଁ ମଧ୍ୟ ଚିନି  ବହୁତ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଶ ପାଇଁ ଚିନିର ଉପକାରୀତା ସମ୍ପର୍କରେ ।

-କେଶରେ ରୂପି ସମସ୍ୟାକୁ ନେଇ ଚିନ୍ତାରେ ଥିଲେ, ଏଥିପାଇଁ ଚିନି ବେଶ ଉପକାରୀ ହୋଇଥାଏ । ଶାମ୍ପୁରେ ଚିନି ମିଶାଇ କେଶରେ ଲଗାଇ ସଫା କରିବା ଫଳରେ, ରୂପି ସମସ୍ୟା ଦୂର ହୋଇଥାଏ । ସପ୍ତାହକୁ ଏପରି ୨ ରୁ ୩ ଥର କରିପାରିବେ ।

-କେଶ ଶୁଷ୍କ ହୋଇଥିଲେ, ଚିନିରେ ଶାମ୍ପୁ ମିଶାଇ ମିକ୍ସ କରି , ସେହି ମିଶ୍ରଣକୁ କେଶରେ ଲଗାଇବେ । ଏହା କେଶକୁ ପ୍ରାକୃତିକ ଭାବେ କମୋଳ  ଏବଂ ଚମକଦାର କରିଥାଏ ।

-କେଶକୁ ଘନ ଏବଂ ଲମ୍ବା କରିବାକୁ ଚାହୁଁଥିଲେ, ଶାମ୍ପୁ ଏବଂ ଚିନିକୁ ଏକାଠି ମିଶାଇ କେଶରେ ଲଗାଇବା ଫଳରେ, କେଶ ଘନ ଏବଂ ଲମ୍ବା ହୋଇଥାଏ ।  ସପ୍ତାହକୁ ଏହି ଉପାୟକୁ  ୨ ରୁ ୩ ଥର ଆପଣାଇ ପାରିବେ ।