୧୦/୦୪/୨୧ (ଜିଲ୍ଲା ଖବର) : ସ୍ୱାସ୍ଥ୍ୟ ପାଇଁ ଶାଗ ବହୁତ୍ ଉପକାରୀ ହୋଇଥାଏ । ଶାଗ ପାଟିକୁ ସୁଆଦିଆ ଲାଗିବା ସହିତ, ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ଅନେକ୍ ରୋଗ ବେମାରୀରୁ ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରେ ଶାଗ । ବିଭିନ୍ନ କିସମର ଶାଗ ମଧ୍ୟରୁ ଆସନ୍ତୁ ଜାଣିବା ସୋରିଷ ଶାଗର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ । ସୋରିଷ ଶାଗରେ କମ୍ କ୍ୟାଲୋରୀ ରହିଥାଏ ଏବଂ ଫାଇବର ଅଧିକ ରହିଥାଏ । ଏଥିରେ ପୋଟାସିୟମ୍,କ୍ୟାଲସିୟମ,ଫାଇବର,ଭିଟାମିନ୍,ମିନେରାଲ,ପ୍ରୋଟିନ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ ।
-ନିୟମିତ ସୋରିଷ ଶାଗକୁ ନିଜ ଡାଏଟରେ ସାମିଲ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
-ହୃଦୟ ସମ୍ବନ୍ଧୀୟ ସମସ୍ୟା ପାଇଁ , ସୋରିଷ ଶାଗ ଲାଭଦାୟକ ବୋଲି କୁହାଯାଏ ।
-ସୋରିଷ ଶାଗ ନିୟମିତ ସେବନ କରିବା ଦ୍ୱାରା, ଏହା କୋଲେଷ୍ଟ୍ରଲକୁ କମ୍ କରିବାରେ ସହାୟକ ହୋଇଥାଏ ।
-ସୋରିଷ ଶାଗରେ କ୍ୟାଲସିୟମ୍,ପୋଟାସିୟମ୍ ଭରପୁର ମାତ୍ରାରେ ରହିଥାଏ । ଯାହା ହାଡକୁ ମଜ୍ବୁତ୍ କରିବାରେ ସାହାଯ୍ୟ କରେ । ଏହି ସମସ୍ୟାର ସମ୍ମୁଖୀନ କରୁଥିଲେ, ନିଜ ଡାଏଟରେ ସୋରିଷ ଶାଗ ସାମିଲ କରି ପାରିବେ ।
-ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ସୋରିଷ ଶାଗ । ଏଥିରେ ଭିଟାମିନ୍’ଏ’ ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ଆଖିକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥାଏ ।


