Thursday, November 12, 2026
Home ଆଞ୍ଚଳିକ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଏବଂ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାରେ...

ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଏବଂ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ

9

ଭୁବନେଶ୍ୱର, ୧୦/୦୪/୨୧ (ଜିଲ୍ଲା ଖବର) : କୋଭିଡ ନିୟମ ଉ୍ଲଘଂନ ଅଭିଯୋଗ । ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁ ଏବଂ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ସାଲେପୁର ଥାନାରେ ଅଭିଯୋଗ । ଅଭିଯୋଗ ଆଣିଲେ ସାଲେପୁର ଯୁବ ମୋର୍ଚ୍ଚାର ସଭାପତି ସୁଜିତ ମହାରଣା। ସାଲେପୁର ହାଇସ୍କୁଲର ନୂତନ ଅଡ଼ିଟୋରିୟମ ଏବଂ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାକୁ ଆସିଥିଲେ । ଏହି 2 ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ। ତେବେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଛାତ୍ରଛାତ୍ରୀ ଅଭିଭାବକ ଓ ଅଧ୍ୟାପକ ମାନେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ଯୋଗଦେଇଥିଲେ । ତେବେ ଏହି 2 ବରିଷ୍ଠ ମନ୍ତ୍ରୀ କିଭଳି ଭାବେ ରାଜ୍ୟ ସରକାରଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ କରି ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ବିପଦକୁ ଠେଲିଲେ। ତେଣୁ ତୁରନ୍ତ ସରକାର ଏହି 2 ମନ୍ତ୍ରୀ ସହିତ ସ୍ଥାନୀୟ ବିଧାୟକଙ୍କୁ ଗିରଫ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ କରୋନା ଟେଷ୍ଟ କରନ୍ତୁ ବୋଲି ଦାବି କରାଯାଇଛି ।