Tuesday, November 17, 2026
Home ଆଞ୍ଚଳିକ କୁମ୍ଭାର ଶାଳରୁ ଉଦ୍ଧାର ହେଲା ଅହିରାଜ

କୁମ୍ଭାର ଶାଳରୁ ଉଦ୍ଧାର ହେଲା ଅହିରାଜ

11

 ବ୍ରହ୍ମପୁର,୧୦/୦୪/୨୧ (ଜିଲ୍ଲା ଖବର) : କୁମ୍ଭାର ଶାଳରୁ ଉଦ୍ଧାର ହେଲା ଅହିରାଜ ।  ଗଞ୍ଜାମ ଖଲିକୋଟ ବେଗୁନିଆପଡା ଅନ୍ତର୍ଗତ ଗୁରୁଝରି ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଗ୍ରାମର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରେ ଏକ ଅହିରାଜ ସାପ ଫସି ରହିଥିଲା । ଘଟଣା ସମ୍ପର୍କରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚିବା ସାପଟିକୁ ଉଦ୍ଧାର କରିଛନ୍ତି । ସାପଟି ମାଟିହାଣ୍ଡି ଥୁଆ ହୋଇଥିବା ଏକ ଥାକ ପଛପଟେ ଲୁଚି ରହିଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲ ଭିତରେ ସାପଟିକୁ ଛଡ଼ାଯାଇଛି ।