Monday, November 16, 2026
Home ଆଞ୍ଚଳିକ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ଓଡିଶା ଇତିହାସ ପୁସ୍ତକର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ଉନ୍ମୋଚନ

ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ଓଡିଶା ଇତିହାସ ପୁସ୍ତକର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ଉନ୍ମୋଚନ

136

ଜଟଣୀ,୯/୦୪(ଜିଲ୍ଲା ଖଵର) : ଉତ୍କଳ କେଶରୀ ତଥା ଓଡିଶାର ପୁର୍ବତନ ମୂଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି । ରାଜଧାନୀ ଦିଲୀର ଡକ୍ଟର ଆମ୍ବେଦକର ଇଂଟରନ୍ୟାସନାଲ ସେଂଟର ଭିମ ହଲଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଏହି ହିନ୍ଦୀ ସଂସ୍କରଣ ପୁସ୍ତକର ଲୋକାର୍ପଣ କରିଥିଲେ । ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ଏହି ହିନ୍ଦୀ ସଂସ୍କରଣ ପୁସ୍ତକ ପ୍ରକାଶ କରାଯାଇଥିବା କୁହାଯାଇଛି । ଏହି ଅବସରରେ ଜଟଣୀ ପ୍ରେସକ୍ଲବଠାରେ ଏହି ଭର୍ଚୁଆଲ ମୋଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସାମ୍ବାଦିକ ହରିହର ସ୍ୱାଇଁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ପ୍ରେସକ୍ଲବ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀଙ୍କ ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଜଟଣୀ ପ୍ରେସକ୍ଲବ କାର୍ଯ୍ୟାଳୟଠାରେ ଅତିଥୀଭାବେ ବିପିନୀ ବିହାରୀ ପାଠାଗାରର ପ୍ରତିଷ୍ଠାତା ବିପିନୀ ବିହାରୀ ମହାନ୍ତି, ବିଜେପି ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା, ରଶ୍ମିମୟୀ ପଟ୍ଟନାୟକ, ସତିଶ ଶର୍ମା, ଅଧ୍ୟାପକ ପ୍ରେମାନନ୍ଦ ମହାରଣା, କୃଷକନେତା ସାରଙ୍ଗଧର ବେହେରା,ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ, ସମାଜସେବୀ ବିଭୂତି ମହାପାତ୍ର, ପ୍ରେମିୟର ଗ୍ରୁପର ଅଧ୍ୟକ୍ଷ ପ୍ରତାପ କିଶୋର ପାତ୍ର ସ୍ୱର୍ଗତ ଡ. ମହତାବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଡ. ହରେକୃଷ୍ଣ ମହତାବ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଯୋଗୁଁ ୧୯୪୨-୪୬ ମଧ୍ୟରେ ଅହମଦନଗର ଦୁର୍ଗ ଜେଲରେ ଥିବା ବେଳେ ଓଡିଆ ଓ ଇଂରାଜୀ ଭାଷାରେ ଓଡିଶା ଇତିହାସ ଏବଂ ଏହାର ୬ମାସ ପରେ ଭାଷାରେ ଇଂରାଜୀଭାଷାରେ ଏହି ପୁସ୍ତକ ଉନ୍ମୋଚନ ହୋଇଥିଲା । ଗତ ୭୩ ବର୍ଷରେ ଉଭୟ ପୁସ୍ତକର ଭିନ୍ନଭିନ୍ନ ସଂସ୍କରଣରେ ଅନେକ ନୂଆ ଘଟଣା ସମ୍ବଳିତ କରାଯାଇଛି । ଡ. ମହତାବ ତାଙ୍କ ଜେଲ କାଳରେ ପ୍ରତିଦିନ ୧୨ଘଂଟାରୁ ଉର୍ଦ୍ଧ୍ୱ ପରିଶ୍ରମକରି ଇଂରାଜୀ ଓ ଓଡିଆରେ ଓଡିଶା ଇତିହାସ ମହାଭାରତ କାଳ ଘଟଣାଠାରୁ ଦେଶ ସ୍ୱାଧୀନଦେବା ପର୍ଯ୍ୟନ୍ତ ଅନେକ ବିବରଣୀ ତଥ୍ୟ ସହିତ ଏଥିରେ ଉପସ୍ଥାପନ କରିଥିଲେ ବୋଲି ବକ୍ତବ୍ୟ ମାଧ୍ୟମରେ ଅତିଥୀମାନେ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ମାନସ ରଂଜନ ବେହେରା, ସଂଜୟ କୁମାର ବେହେରା, ମନୋଜ କୁମାର ସାହୁ ଓ ଅନ୍ୟମାନେ ପରିଚାଳନା କରିଥିବା ବେଳେ ପ୍ରେସକ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ ।