Monday, November 16, 2026
Home ଆଞ୍ଚଳିକ ଭାରସାମ୍ୟ ହରାଇ ସ୍କୁଟି ଚାଳକ ଦୁର୍ଘଟଣା ଗ୍ରସ୍ତ

ଭାରସାମ୍ୟ ହରାଇ ସ୍କୁଟି ଚାଳକ ଦୁର୍ଘଟଣା ଗ୍ରସ୍ତ

88

ବାଲିଗୁଡା,{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡାଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଳକର ମହାଶିଙ୍ଘି ଗ୍ରାମ ର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଏକ ସ୍କୁଟି ଦୃତଗତିରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ସ୍କୁଟି ର ନମ୍ବର 0D 12 C 7480 ଥିବା ଜଣାପଡିଛି |ଗାଡିରେ ବସିଥିବା ଦୁଇଜଣ ମଧ୍ୟରୁ ସେମାନଙ୍କ ସଠିକ ପରିଚୟ ମିଳିପାରିନାହିଁ l ଦୁଇଜଣ ଗୁରୁତର ବ୍ୟକ୍ତିଙ୍କୁ ବାଲିଗୁଡା ମେଡିକାଲକୁ ନିଆଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ସ୍କୁଟିକୁ ଥାନାକୁ ନେବା ସହିତ ତଦନ୍ତ ଜାରି ରଖିଛନ୍ତି