Monday, November 16, 2026
Home ଆଞ୍ଚଳିକ କାର ସହ ଅନ୍ୟ ରାଜ୍ୟର ୨ ଜଣ ଗଞ୍ଜେଇ ମାଫିଆ ଗିରଫ

କାର ସହ ଅନ୍ୟ ରାଜ୍ୟର ୨ ଜଣ ଗଞ୍ଜେଇ ମାଫିଆ ଗିରଫ

57

ବାଲିଗୁଡା,୯/୦୪{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ପୁଜାହାରି ଙ୍କୁ କୌଣସି ଏକ ବିଶେଷ ସୁତ୍ରରୁ ରାୟଗଡ଼ା ଜିଲ୍ଲା ପଟୁ ଏକ ଗଞ୍ଜେଇ ଭର୍ତ୍ତି ଗୋଟିଏ କାର ଆସୁଥିବାର ଖବର ସକାଳ 8.20 A.M ରେ ପାଇଥିଲେ | ଖବର ପାଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଙ୍ଗେ ସଙ୍ଗେ ତୁମୁଡ଼ିବନ୍ଧ ଓଆଇସି ଙ୍କୁ ଜଣେଇଥିଲେ | କାଳିଶିପଦର୍ ଛକରେ ଏସଆଇ ଜୟନ୍ତ ସେଠୀ ଗାଡ଼ି ଯାଞ୍ଚ କରିଥିଲେ ଓ ଯାଞ୍ଚ ସମୟରେ ଗୋଟିଏ କାରରୁ 104 K.G ଗଞ୍ଜେଇ ଥିବାର ଦେଖି ଗାଡ଼ିକୁ ଜବତ କରିବା ସହ 2 ଜଣକୁ ଗିରଫ କରିଥିଲେ | ଗିରଫ 2 ଜଣ ହେଲେ ଅଜୟ ସିଂ, ବୟସ 20 ବର୍ଷ ଓଅନ୍ୟ ଜଣକ ନାମ ନଜୀମ ସାହା ବୟସ 21 ବର୍ଷ, ଏମଏନଙ୍କ ର ଘର ନିୟୁ ଦିଲ୍ଲୀ ଠାରେ ଓ ଏହି 2 ଜଣଙ୍କ ନାମରେ 24/21 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି | ତଦନ୍ତ ଭାର ତୁମୁଡିବନ୍ଧ ଓଆଇସି ବାବା ଶଙ୍କର ସରାଫ ନେଇଛନ୍ତି ଓ ଯେଉଁ କାରକୁ ଜବତ କରାଯାଇଛି ହାର ନମ୍ୱର୍ ଭୁଲ୍ ଥିବା ଜଣାପଡ଼ିଛି |