
ଖୋର୍ଦ୍ଧା,୯/୦୪(ଜିଲ୍ଲା ଖଵର) : ଜଟଣୀ ନିକଟସ୍ଥ ବାଛରାପାଟଣାରେ ଥିବା ମଦରାସାତୁଲ ମଦିନା ପରିସରରେ ଶୁକ୍ରବାର ‘ମସଜିଦ-ଏ-ନୁର’ର ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଯାଇଛି । ଜଟଣୀର ପୁର୍ବତନ ଜିଲାପରିଷଦ ସଭ୍ୟ ତଥା ବିଜେଡିର ଖୋର୍ଦ୍ଧାଜିଲା ଉପସଭାପତି ସକ୍ରିୟ କର୍ମି ବିଜୟ କୁମାର ଛୋଟରାୟଙ୍କ ଆତିଥ୍ୟରେ ଏହି ମସଜିଦର ଲୋକାର୍ପଣ କରାଯାଇଛି । ଚଳିତମାସରେ ଉପାସନାର ମାସ ପବିତ୍ର ରମଜାନକୁ ଦୃଷ୍ଟିରେ ରଖି ନମାଜିମାନଙ୍କ ଆବଶ୍ୟକତାକୁ ନେଇ ମସଜିଦର ନାମକରଣ ଓ ଲୋକାର୍ପଣ କରାଯାଇଥିବା କୁହାଯାଇଛି । ମସଜିଦର ମୈାଲାନା ମହମ୍ମଦ ଜାକିରହୁସେନ ହବିବିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଲୋକାର୍ପଣ ଉତ୍ସବରେ ବିଜେଡି କର୍ମି ଅଜିଜୁଲା ସରିଫ ଓ ଏଚପିସିଏଲ ଡ୍ରାଇଭର ଓ ଏମ୍ପେ୍ଲାଏ ୟୁନିୟନର ଉପସଭାପତି ଶ୍ରୀବତ୍ସ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ସେହିପରି ପ୍ରଚଣ୍ଡ ଉତାପକୁ ଦୃଷ୍ଟିରେ ରଖି ଏହିବାଟଦେଇ ଯାତାୟତ କରୁଥିବା ପଥଚାରୀମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥାକୁ ମଧ୍ୟ ଉଦଘାଟନ କରିଛନ୍ତି । ଏହି ଅବସରରେ ଆଜି ବହୁ ମୁସଲମାନ ସମ୍ପ୍ରଦାୟର ମାନ୍ୟଗଣ ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆୟୋଜନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ମଦରସାତୁଲ ମଦିନା କମିଟିର ଅଜଗର ଖାନ୍,ହାଇଦର ଅଲୀ ହବିବି,ମେହେବୁବ ସରିଫ୍,କରିମ ବକ୍ସ, ମହମ୍ମଦ ଅବାସ,ସକାବତ ଖାନ, ମୁସଲିମ ଖାନ,ସେକ ମେହେମୁଦ,ଅବଦୁଲ ହାପିଜ,ମହମ୍ମଦ ଇମାନି,ମହମ୍ମଦ ଆମିନ,ତେହେଜିମ ଖାନ, ଲାଲ ଖାନ, ଅନୱାର ହୁସେନ, ଅବଦୁଲ ବାରୀ, ମହମ୍ମଦ ଅହେମଦ ଓ ସୟଦ ନୁରଉଦ୍ଦିନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରୀପୋର୍ଟ ,ସଞ୍ଜୀବ କୁମାର


