
ଖୋର୍ଦ୍ଧା,୯/୦୪(ଜିଲ୍ଲା ଖଵର) : ଏବେ ଦୃଷ୍ଟିକୁ ଆସିଛି ଯେ ରେଳ ଷ୍ଟେସନ ଏବଂ ଟ୍ରେନରେ ଅହେତୁକ ଭିଡ ହେଉଛି ବୋଲି କିଛି ନକଲି ଭିଡିଓ ସୋସିଆଲ ମିଡିଆରେ ପ୍ରଦର୍ଶିତ ହୋଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି। ଏହା ସୁଚାଇ ଦିଆଯାଉଛି କି ଏହା ବିଭ୍ରାନ୍ତିକର ଏବଂ ଏହା କୈ।ଣସି ତଥ୍ୟ ଉପରେ ଆଧାରିତ ନୁହେଁ ଜ୍ଝ ଏହି ପରିପ୍ରେକ୍ଷୀରେ, ସମସ୍ତଙ୍କୁ ଦୟାକରି ସୂଚନା ଦିଆଯାଇପାରେ ଯେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରେଳ ଷ୍ଟେସନ ଗୁଡିକରେ ଏବଂଟ୍ରେନରେ କୈ।ଣସି ଭିଡ ନାହିଁ। ନିଶ୍ଚିତ ସପ୍ସରକ୍ଷିତ ରେଳ ଟିକେଟ୍ ଥିବା ଯାତ୍ରୀମାନଙ୍କୁ କେବଳ ଷ୍ଟେସନ ଏବଂ ପ୍ଲାଟଫର୍ମ ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି ଜ୍ଝ ଟିକେଟ୍ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ତତ୍କାଳୀନ ଏବଂ ନିୟମିତ ସଂରକ୍ଷଣ କାଉଣ୍ଟର ଖୋଲାଯାଇଛି ଜ୍ଝ ପୁନଶ୍ଚ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଯାତ୍ରୀଙ୍କ ଆବଶ୍ୟକତାକୁ ନିରନ୍ତର ସମୀକ୍ଷା କରୁଛି ଏବଂ ସେହି ଅନୁଯାୟୀ ଚାହିଦା ଥିବା ରୁଟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି ଏବଂ ପ୍ରତିକ୍ଷା ତାଲିକାରେ ଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନରେ ଅଧିକ ଅତିରିକ୍ତ କୋଚ୍ ମଧ୍ୟ ସଂଲଗ୍ନ କରାଯାଇଛି।ଟିକେଟ୍ ଯାପ୍ସଚ କରୁଥିବା କର୍ମଚାରୀଙ୍କ ଦ୍ୱାରା କଠୋର ଯାପ୍ସଚ କରାଯାଉଛି ଯେ କେବଳ ନିଶ୍ଚିତ ସପ୍ସରକ୍ଷିତ ଟିକେଟ ଧାରୀ ଯାତ୍ରୀମାନେ ପ୍ଲାଟଫର୍ମରେ ପ୍ରବେଶ କରୁଛନ୍ତି ଜ୍ଝ ରେଳ ପରିସରର ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ ତାପମାତ୍ରା ସ୍କ୍ରିନିଂ, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପରି ସମସ୍ତ କୋଭିଡ ପ୍ରୋଟୋକଲଗୁଡିକ ଉପରେ କଡା ନଜର ରଖାଯାଉଛି ଜ୍ଝ ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଷ୍ଟେସନରେ ଭିଡ଼ ପରିଚାଳନା ଦଳକୁ ନିୟୋଜିତ କରାଯାଇଛିଜ୍ଝ ଷ୍ଟେସନ ପରିସରରେ, ରେଲୱେ ସୁରକ୍ଷା ବଳ ଏବଂ ଟିକେଟ୍ ଯାପ୍ସଚ କର୍ମଚାରୀଙ୍କ ସହାୟତାରେ ଯାତ୍ରୀ ମାନଙ୍କ ଟ୍ରେନରେ ଚଢିବା ଏବଂ ଓହ୍ଲାଇବାରେ ସହାୟତା ଯୋଗାଇ ଦିଆଯାଉଛି ଜ୍ଝରାଜ୍ୟ ସରକାରଙ୍କ ସହଯୋଗରେ ଡିଭିଜନ୍ ଉପରେ କିଛି ରେଳ ଷ୍ଟେସନରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ ଚାଲିଛି। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ନିୟମିତ ଘୋଷଣା କରାଯାଉଛି । ରେଳ ଷ୍ଟେସନରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ଏକ ସ୍ୱତନ୍ତ୍ର ସଚେତନତା ଡ୍ରାଇଭ୍ ଆରମ୍ଭ କରାଯାଇଛି, ଯାହା ମାଧ୍ୟମରେ କରୋନା ଭୁତାଣୁ ବିସ୍ତାରକୁ ରୋକିବା ପାଇଁ ପୋଷ୍ଟର ଏବଂ ଅଡିଓ / ଭିଡିଓ କ୍ଲିପ୍ ପ୍ରଦର୍ଶନ ମାଧ୍ୟମରେ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳର, ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହ, ସମସ୍ତ ବହୁମୂଲ୍ୟ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ଅହେତୁକ ଭିଡ ନେଇ ମିଥ୍ୟା ଭିଡିଓ ଦ୍ଵାରା ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି । କାରଣ ରେଳବାଇ ଯାତ୍ରୀମାନଙ୍କ ନିରାପଦ ଗତିବିଧି ପାଇଁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛି । ଆହୁରି ମଧ୍ୟ ଶ୍ରୀ ଏସ.କେ.ସିପ୍ସହ ସମସ୍ତ ରେଳ ଯାତ୍ରୀଙ୍କୁ ଷ୍ଟେସନ ଏବଂ ଟ୍ରେନ ଭିତରେ କୋଭିଡ ସମ୍ବନ୍ଧୀୟ ପ୍ରୋଟୋକଲ୍ ପାଳନ କରିବାକୁ ଏବଂ ଭାରତୀୟ ରେଳବାଇକୁ କୋଭିଡ ବିରୋଧରେ ଲଢିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।
ରୀପୋର୍ଟ,ସଞ୍ଜୀବ କୁମାର


