
ରାୟଗଡ଼ା,୯/୦୪(ଜିଲ୍ଲା ଖଵର) : ରାୟଗଡ଼ାରେ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ସାଧାରଣ ଜନତା ପାଳନ କରିବା ପାଇଁ ରାୟଗଡା ଜିଲ୍ଳାପାଳ ଶ୍ରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମିଳିତ ଭାବେ ସହରର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଓ ସିନେମା ହଲରେ ଅଚାନକ ଚଢ଼ାଉ କରି କୋଭିଡ୍ ନିୟମ ପାଳନ କରୁ ନ ଥିବା ବ୍ୟବସାୟୀଙ୍କୁ ତାଗିଦ କରିଥିଲେ ଏବଂ ନିୟମ ଉଂଲଘନ ଅଭିଯୋଗରେ ବ୍ୟବସାୟୀମାନଙ୍କଠାରୁ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅଭିଯାନରେ ରାୟଗଡ ତହସିଲଦାର,ରାୟଗଡ, ଥାନା ଅଧିକାରୀ, ରାୟଗଡ଼, ପୌର ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ ।
ବିଷମକଟକ, ପ୍ରସନ କୁମାର ପଣ୍ଡା



