
ଭୁବନେଶ୍ୱର ,୮/୦୪(ଜିଲ୍ଲା ଖଵର) : ତୃତୀୟ ଦିନ ଭାବେ ଆଜି ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରୀ ମାରିଛି କରୋନା। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ରୁ ୧୦୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮୮ ଲୋକାଲ କେସ ଅଛନ୍ତି। ଏନେଇ ବିଏମ୍ସ ଟ୍ୱିଟ୍ କରିଛି। ଏହା ପୂର୍ବରୁ ଅର୍ଥାତ ମଙ୍ଗଳବାର ଭୁବନେଶ୍ୱରରେ ୧୦୧, ବୁଧବାର ୧୦୩ ଓ ଆଜି ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରୀପୋର୍ଟ ,ସଞ୍ଜୀବ କୁମାର


