
ଜଟଣୀ,୮/୦୪(ଜିଲ୍ଲା ଖଵର) : କୋଭିଡ-୧୯ ପରିଚାଳନା ବୈଠକ ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଜଟଣୀ ପୈାରପରିଷଦ ସଭାଗୃହଠାରେ ଗୁରୁବାର ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ତିକ୍ଷ୍ନଦୃଷ୍ଟି ଦିଆଯିବାକୁ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଟେଷ୍ଟିଙ୍ଗ କରାଇବା ସହିତ ସେମାନଙ୍କ ପାଇଁ ଆଇସୋଲେସନ ସେଂଟର କିମ୍ବା ଆବଶ୍ୟକନୁସାରେ କ୍ୱାରାଂଟାଇନର ବ୍ୟବସ୍ଥା କରିବା । ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ନିଜଘରେ ଆଇସୋଲେସନରେ ରହିବା ଅନିର୍ବାଜ୍ୟ କରାଯାଇଛି । ଏଥି ସହିତ ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ସେମାନଙ୍କର ସବିଶେଷ ବିବରଣୀ ପରିବାର ଓ ଅନ୍ୟାନ୍ୟଙ୍କ ଦ୍ୱାରା ଜଟଣୀ ପୈାରପରିଷଦର ୱାର୍ଡ ଅଫିସର, ପୈାରକାର୍ଯ୍ୟାଳୟ ପ୍ରଭୃତିରେ ଅବଗତ କରାଇ ସଂକ୍ରମଣକୁ ରୋକିବାଲାଗି ସହଯୋଗ କରନ୍ତୁ ବୋଲି କୁହାଯାଇଛି । ବିଭିନ୍ନ ସ୍ଥାନରେ କୋଭିଡ ନିୟମକୁ ଉଲଘଂନ କରିଥିବା ନେଇ ଚଢାଉ କରିବାକୁ ଉପଜିଲାପାଳ କହିଛନ୍ତି । ସେହିପରି ପଜିଟିଭ କେଶ ଗୁଡିକ ଉପରେ ଦୃଷ୍ଟିଦେବା ଏବଂ ଟେଷ୍ଟିଂ ରିପୋର୍ଟ ଦୈନନ୍ଦିନ ଦୃଷ୍ଟିଦେବା ଉପରେ ଆଲୋଚନା କରାଯାଇଥିଲା । ମାସ୍କ ପରିଧାନ ଓ ସାମାଜିକ ଦୁରତାକୁ ବାଧ୍ୟତା ମୂଳକ କରାଯିବା ଉପରେ ଆଲୋଚନା ହୋଇଥିଲା । ହାଟ ଏବଂ ବୁଲା ବ୍ୟବସାୟୀଙ୍କ ଉପରେ କଡା ଦୃଷ୍ଟି ରଖିବା ସହିତ ସ୍ଥାନୀୟ ସୀତାରାମ ଛକରେ ବସୁଥିବା ପରିବା ବ୍ୟବସାୟୀମାନଙ୍କୁ ଖୋଲାସ୍ଥାନକୁ ସ୍ଥାନାନ୍ତରୀତ କରିବା ସହିତ ଜନଗହଳିରୁ ନିବୃତ ରହିବାକୁ ସଚେତନତା କରିବା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା । ଏହା ବ୍ୟତିତ ବ୍ୟବସାୟୀମାନଙ୍କୁ ଟିକାକରଣ ପ୍ରଦାନ କରାଯିବ ସେ ନେଇ ବ୍ଲକ ଓ ଜିଲାପ୍ରଶାସନମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର, ବିଡିଓ ସରୋଜ କୁମାର ରାଉତ, ସିଡିପିଓ ବନ୍ଦନା ଦେବୀ,ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ସୁଚନାଯେ, ଜଟଣୀ ଅଂଚଳରେ ଦିର୍ଘଦିନଠାରୁ କରୋନା ସଂକ୍ରମଣର ଭୟବହତା କମିଯାଇଥିବା ବେଳେ ଆଇଆଇଟି ଓ ଜାଭିୟର ବିଶ୍ୱବିଦ୍ୟାଳୟରେ
ଛାତ୍ରଛାତ୍ରୀମାନଙ୍କୁ କୋଭିଡ ସଂକ୍ରମିତ ହେବାପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ବୈଠକରେ ଆଲୋଚନା ହୋଇଥିଲା ।
ରୀପୋର୍ଟ,ସଞ୍ଜୀବ କୁମାର


