Wednesday, November 11, 2026
Home ଆଞ୍ଚଳିକ ଲାଞ୍ଚୁଆ ସରକାରୀ ଡାକ୍ତର, ସରକାରୀ ଫର୍ମରେ ଦସ୍ତଖତ କରିବା ପାଇଁ ଲୋକଙ୍କୁ ମାଗୁଛନ୍ତି ୨୦୦ ଟଙ୍କା...

ଲାଞ୍ଚୁଆ ସରକାରୀ ଡାକ୍ତର, ସରକାରୀ ଫର୍ମରେ ଦସ୍ତଖତ କରିବା ପାଇଁ ଲୋକଙ୍କୁ ମାଗୁଛନ୍ତି ୨୦୦ ଟଙ୍କା ଲାଞ୍ଚ

20

ସୁନ୍ଦରଗଡ଼,୦୮/୦୪/୨୧ (ଜିଲ୍ଲା ଖବର) : ଲାଞ୍ଚୁଆ ସରକାରୀ ଡାକ୍ତର । ସରକାରୀ ଫର୍ମରେ ଦସ୍ତଖତ କରିବା ପାଇଁ ଲୋକଙ୍କୁ ମାଗୁଛନ୍ତି ୨୦୦ ଟଙ୍କା ଲାଞ୍ଚ। ରାଉରକେଲା ସରକାରୀ ଡାକ୍ତରଖାନାର ନର୍ସ ଲାଞ୍ଚ ନେବା ଘଟଣାର ଆମେ କରିଥିଲୁ ଖୁଲାସା । ଏବେ ସାମ୍ନାକୁ ଆସିଛି କୋଏଲ ନଗର ହେଲଥ କେୟାର ସେଣ୍ଟର ଡାକ୍ତର ଦିଲେଶ୍ୱର ଜିତଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ । ଯାହାର ଏକ ଅଡିଓ କ୍ଲିପ ଲାଗିଛି ଅର୍ଗସ ହାତରେ । ଅଡିଓ କ୍ଲିପରେ ମହିଳା ଏବଂ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଶୁଣାଯାଇଛି । ମହିଳା ଜଣଙ୍କ କଣ ପାଇଁ ଲାଞ୍ଚ ଦେବୁ ବୋଲି ଡାକ୍ତରଙ୍କ ସହ ଯୁକ୍ତି ବାଢ଼ୁଛନ୍ତି । ସମାନ କ୍ଲିପରେ ଡାକ୍ତର ଜଣଙ୍କ ମଧ୍ୟ ଲାଞ୍ଚ ନଦେଲେ କାମ ହେବନି କହି ଯାହା କରିବା କଥା କର ବୋଲି ଖୁଲମ ଖୁଲା ଧମକ ଦେଉଛନ୍ତି । ଡିଏଲ ପାଇଁ ଜଣେ ବୟସ୍କ ବ୍ୟକ୍ତି ଏକ ସରକାରୀ ଫର୍ମ ପୂରଣ ପାଇଁ ଯାଇଥିବାବେଳେ ଦସ୍ତଖତ ପାଇଁ ମାଗିଥିଲେ ୨୦୦ ଟଙ୍କା ଲାଞ୍ଚ । ତେବେ ପ୍ରଶ୍ନ ଉଠୁଛି, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ୫ଟି ଅଧୀନରେ ଥିଲାବେଳେ କେଉଁ ସାହସରେ ଖୋଲା ଖୋଲି ଲୋକଙ୍କୁ ଲାଞ୍ଚ ମାଗୁଛନ୍ତି ଡାକ୍ତର ?